Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ମନଇଚ୍ଛା ଗାଁ ରାସ୍ତାକୁ ଅବରୋଧ କରି ପାରିବେ ନାହିଁ: ମୁଖ୍ୟ ଶାସନ ସଚିବ

29/04/2020 at 9:37 PM

ଭୁବନେଶ୍ବର୨୯/୪: କରୋନା ଭୟରେ ଏବେ ଗାଁ ରାସ୍ତକୁ ଗାଁ ଲୋକେ ବନ୍ଦ କରି ଦେଉଛନ୍ତି। କିନ୍ତୁ ଏବେ ଗାଁରେ ମନଇଚ୍ଛା ବସାଇ ପାରିବେ ନାହିଁ ବ୍ୟାରିକେଡ। ଗାଁର ପ୍ରବେଶ ପଥରେ ବାଡ ବା ବ୍ୟାରିକେଡ ବସାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗାଁ ଲୋକଙ୍କ ଦ୍ଵାର କରାଯାଉଥିବା ବ୍ୟାରିକେଡ ସମ୍ପୂର୍ଣ୍ଣ ବେଆଇନ।

ପ୍ରଶାସନ ବ୍ୟତୀତ ଅନ୍ୟ କେହି ବ୍ୟାରିକେଡ ବସାଇ ପାରିବେ ନାହିଁ। ବେଆଇନ ବ୍ୟାରିକେଡ ବା ବାଡ଼ ଉଠାଇବା ପାଇଁ ଜିଲ୍ଲାପାଲଙ୍କୁ ମୁଖ୍ୟ ଶାସନସଚିବ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ପଞ୍ଚାୟତ ଏବଂ ଗାଁରେ ମନଇଚ୍ଛା ରାସ୍ତାକୁ ଅବରୋଧ କରିବା ବେଆଇନ ବୋଲି ମୁଖ୍ୟ ଶାସନ କହିଛନ୍ତି।

ଏହା ମାଲ ପରିବହନ ଓ ଶ୍ରମିକମାନଙ୍କ ଯାତାୟତରେ ବାଧା ସୃଷ୍ଟି କରୁଛି। କେବଳ କଣ୍ଟେନମେଣ୍ଟ ଏରିଆ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟାରିକେଡ ବା ବାଡ଼ ବସାଇ ପାରିବେ ନାହିଁ। ଏନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

   Related Posts