ଲିଫ୍ଟ ବାହାରେ ସ୍ବାମୀଙ୍କୁ କିସ୍ ଦେବା ବେଳେ ଅଭିନେତ୍ରୀଙ୍କ ଭିଡିଓ ହେଲା ଭାଇରାଲ, ୟୁଜର୍ସ କହିଲେ ଅତି ସୁନ୍ଦର…

Published By : Prameya-News7 Bureau | October 24, 2019 IST

ମୁମ୍ବାଇ୨୪|୧୦: ଗତକାଲି ରାତିରେ ଚଳଚିତ୍ର ପ୍ରଯୋଜକ ରମେଶ ତୌରାନଙ୍କ ଘରେ ଦିପାବଳୀ ଉତ୍ସବ ପାଇଁ ଆୟୋଜନ ହୋଇଥିଲା। ଏହି ପାର୍ଟିରେ ବଲିଉଡ୍‌ର ବହୁ ନାମିଦାମୀ କଳାକାର ସାମିଲ ହୋଇଥିଲେ। ବଲିଉଡ୍‌ ଅଭିନେତ୍ରୀ ଶ୍ରୀୟା ସରନ୍‌ ଓ ତାଙ୍କ ସ୍ବାମୀ ପାର୍ଟିରେ ସାମିଲ ହୋଇଥିଲେ। ଶ୍ରୀୟା ସରନ ଓ ତାଙ୍କ ସ୍ବାମୀଙ୍କ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

{"id":174352}

ବିବାହ ପରେ ପବ୍ଲିକ୍ ସ୍ଥାନରେ ଶ୍ରୀୟା ସରନ ବହୁତ କମ୍‌ ନଜର ଆସୁଛନ୍ତି। ଦିପାବଳୀ ପାଇଁ ଆୟୋଜିତ ଉତ୍ସବରେ ଶ୍ରୀୟା ସରନ ଓ ତାଙ୍କ ସ୍ବାମୀ ମିଡିଆ ସାମ୍ନାରେ ପୋଜ ଦେଇଥିଲେ। ସେ ଟ୍ରାଡିସ୍‌ନାଲ ପୋଷାକରେ ନଜର ଆସିଥିଲେ।

wp:core-embed/instagram {"url":"https://www.instagram.com/p/B3_ZGHpnRnM/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B3_ZGHpnRnM/?utm_source=ig_web_copy_link
/wp:core-embed/instagram

ଏହି ସମୟରେ ଲିଫ୍ଟ ବାହାରେ ଶ୍ରୀୟା ତାଙ୍କ ସ୍ବାମୀ କିସ୍‌ କରିଥିଲେ। ଶ୍ରୀୟାଙ୍କ  କିସ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶ୍ରୀୟା ସରନଙ୍କ କିସ୍‌ ଭିଡିଓ କ୍ଲିପ୍‌କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଏହି ଯୋଡି ପରଫେକ୍ଟ ବୋଲି ୟୁଜର୍ସ କହିଛନ୍ତି। ଆଉ କିଛି ୟୁଜର୍ସ କହିଛନ୍ତି ପବ୍ଲିକ ସାମ୍ନାରେ କିସ୍‌ କରିବା ଆବଶ୍ୟକ ନଥିଲା। ଆଉ କିଛି ୟୁଜର୍ସ ଭିଡିଓ ଦେଖିବା ପରେ କହିଛନ୍ତି ଅତି ସୁନ୍ଦର। ଏହି ଭିଡିଓ କ୍ଲିପ୍‌ ଉପରେ ୟୁଜର୍ସ ନିଜ ନିଜର ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ଶ୍ରୀୟା ଗୁପ୍ତ ଭାବରେ ତାଙ୍କ ରସିଆନ ବୟଫ୍ରେଣ୍ଡଙ୍କୁ ବିବାହ କରିଥିଲେ। ଏବେ ଶ୍ରୀୟାଙ୍କ କିସ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.