Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଉନ୍ନାଓ ପୀଡ଼ିତାଙ୍କ ବାପା ଲୁହ ଭରା ଆଖିରେ କହିଲେ ହାଇଦ୍ରାବାଦ ଭଳି ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରାଯାଉ, ପୀଡ଼ିତା ଶେଷ ସମୟରେ ବି ମାଗିଥିଲେ ନ୍ୟାୟ, କହିଥିଲେ- ସେମାନଙ୍କୁ କେବେ ଛାଡ଼ିବ ନାହିଁ’

7/12/2019 at 9:59 AM

ଉନ୍ନାଓ୭/୧୨: ପୁଣି ଏକ ଦୁଃଖଦ ଘଟଣା ଘଟିଛି। କେତେ ଦିନ ଏଭଳି ନାରୀମାନେ ଦୁଷ୍କର୍ମରେ ଶିକାର ହୋଇ ପ୍ରାଣ ହରାଉଥିବେ। ଗତ ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍‌​‌ରେ ହସ୍ପିଟାଲରେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଛି। ଦୀର୍ଘ ୪୪ ଘଣ୍ଟାଧରି ପୀଡ଼ିତା ମୃତ୍ୟୁ ସହ ସଘର୍ଷ କରି ଶେଷରେ ଆଖି ବୁଜି ଦେଲେ। ବର୍ତ୍ତମାନ ସମୟରେ ପୀଡ଼ିତାଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଦୁଷ୍କର୍ମକାରୀଙ୍କୁ ହାଇଦ୍ରାବାଦ ଭଳି ଏନକାଉଣ୍ଟର କରାଯାଉ। ନ ହେଲେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଉ ବୋଲି ସରକାର ନିକଟରେ ପୀଡ଼ିତାଙ୍କ ବାପା ଦାବି କରିଛନ୍ତି।

ପୀଡ଼ିତାଙ୍କ ବାପା କହିଛନ୍ତି ଯେ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ଝିଅ ମୃତ୍ୟୁ ସହ ସଘର୍ଷ କରିଥିଲେ। ଲୁହ ଭରା ଆଖିରେ ପୀଡ଼ିତାଙ୍କ ବାପା କହିଛନ୍ତି ଯେ ମୋ ଝିଅ ସହ ଯାହା ଘଟିଲା ଏମିତି ଆଉ କାହା ସହ ନ ଘଟୁ। ପୀଡ଼ିତାଙ୍କ ବାପା ଲୁହ ଭରା ଆଖିରେ କହିଛନ୍ତି ଯେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପରେ ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିବ।

ସବୁଠାରୁ ଦୁର୍ଭାଗ୍ୟଜନକ କଥା ଶେଷ ସମୟରେ ବି ନ୍ୟାୟ ମାଗି ମାଗି ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। ୯୦ ପ୍ରତିଶତ ନିଆଁରେ ଜଳି ଯାଇଥିବା ପୀଡ଼ିତା ଶେଷ ସମୟରେ କହିଥିଲେ ଯେ ତାଙ୍କ ସହ ଯିଏ ଏଭଳି କରିଛି ତାକୁ କେବେ ଛାଡ଼ିବ ନାହିଁ।

   Related Posts