Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

କ୍ବାରେଣ୍ଟାଇନ୍ ସେଣ୍ଟରରେ ଦୁଷ୍କର୍ମ ଉଦ୍ୟମ: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପୀଡ଼ିତା, ସମର୍ଥନ କଲେ ବାର ଆସୋସିଏସନ୍

4/06/2020 at 7:53 PM

ନୀଳଗିରି୪/୬: କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାକୁ ନେଇ ତେଜିଲା ବିବାଦ। ,ହି ଘଟଣାରେ ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କୋହଳ ଦଫା ଲଗାଇଥିବା ଅଭିଯୋଗ ହୋଇଥିଲା । ଯାହାଫଳରେ ଅତି ସହଜରେ ଅଭିଯୁକ୍ତ ଜେଲ୍‌ରୁ ଖସି ଯାଇଥିଲେ। ଏହାପରେ ପୀଡ଼ିତା ଜାତୀୟ ମାନବାଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଣି ଆଜି ନୀଳଗିରି ସବ୍‌ଡିଭିଜନାଲ ବାର ଆସୋସିଏସନ ପୀଡିତାଙ୍କୁ ଆଇନ୍‌ଗତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି।

କ୍ବାରେଣ୍ଟାଇନ୍ ସେଣ୍ଟରରେ ଦୁଷ୍କର୍ମ ଘଟଣାରେ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ପୀଡିତା। ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମରେ କ୍ବାରେଣ୍ଟାଇନ୍ ସେଣ୍ଟର ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ଏବେ ଉଗ୍ରରୂପ ନେଇଛି। ଏପରି କି ପୀଡିତା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ଆଶ୍ରମରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରେ ଗତ ୨୬ ତାରିଖରେ ଗୋହିରା ଅଞ୍ଚଳର ରତ୍ନାକର ଜେନା ନାମକ ଯୁବକ ସେଣ୍ଟରକୁ ଅବାଧରେ ପ୍ରବେଶ କରି ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଉଠିଥିଲା।

ଯୁବତୀ ଜଣକ ପାଟି କରିବାରୁ ତାଙ୍କ  ୩ ଜଣ ସହଯୋଗୀ ଦୌଡ଼ି ଆସି ରତ୍ନାକରକୁ ଏକ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ଜଗୁଆଳି ପ୍ରତାପ ଚନ୍ଦ୍ର ବାରିକ ତାଙ୍କୁ ସହଯୋଗ କରିଥିବାରୁ ତାଙ୍କ ନାମ ସହ ମୁଖ୍ୟ ଅଭିଯୁକ୍ତ ରତ୍ନକାରଙ୍କ ବିରୁଦ୍ଧରେ ବରମପୁର ଥାନାରେ ପୀଡିତା ଲିଖତ ଅଭିଯୋଗ କରିଥିଲେ।  ଏଏସଆଇ ଚିତ୍ତରଞ୍ଜନ ମିଶ୍ର ପହଁ ତଦନ୍ତ କରି  ଧାରା ୧୮୮,୩୪୧,୨୯୪,୩୫୪ (ଏ),୫୦୯ ରେ ୩୯ ନମ୍ବର ମାମଲା ରୁଜୁ କରିଥିଲେ।ପରଦିନ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ତାଙ୍କୁ ସହଜରେ ଜାମିନ ମିଳିଯାଇଥିଲା।

ପୀଡିତା ଜଣଙ୍କ ଏତଲା ବଦଳ କରିବାକୁ ତଦନ୍ତକାରୀ ପୋଲିସ ଅଧିକାରୀ କହିବାରୁ ସେ ତାଙ୍କୁ ଭରସା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଶା ରଖି ଆଉ ଗୋଟିଏ ଏତଲା ପୋଲିସ ଡାକିବାରୁ ସେ ଲେଖି ଥିଲେ। ପରେ ପୀଡିତା ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ହୋଇଥିବା ଜାଣିବା ପରେ ଗତ ମାସ ୩୦ ତାରିଖରେ ନୀଳଗିରି ସବ୍‌ଡିଭିଜନାଲ ବାର ଆସୋସିଏସନ ସଭାପତି ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସହଯୋଗରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ନ୍ୟାୟ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।

   Related Posts