ପରିବର୍ତ୍ତନର ଆହ୍ଵାନ ଦେଲେ ଉପରାଷ୍ଟ୍ରପତି, ଚାକିରି ପଛରେ ନଦୌଡ଼ି ନିଯୁକ୍ତିଦାତା ହେବାକୁ ଦେଲେ ପରାମର୍ଶ

Published By : Prameya-News7 Bureau | April 03, 2021 IST

ଭୁବନେଶ୍ଵର ୦୩।୦୪: ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ଯୋଗଦେଲେ ଉପରାଷ୍ଟ୍ରପତି । ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଛାତ୍ରଛାତ୍ରୀଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ଓଡ଼ିଆରେ ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିବା ସହ କଳିଙ୍ଗର ଗୌରବମୟ ଇତିହାସକୁ ମନେପକାଇ ଥିଲେ ଉପରାଷ୍ଟ୍ରପତି । ଏହା ପୂର୍ବରୁ ଦେଶର ୫ ଶ୍ରେଷ୍ଠ ଓଡିଆଙ୍କୁ ସେ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ ।

ପରିବର୍ତ୍ତନର ଆହ୍ବାନ ଦେଲେ ଉପରାଷ୍ଟ୍ରପତି । ଚାକିରି ପଛରେ ନଦୌଡ଼ି ନିଯୁକ୍ତିଦାତା ହେବାକୁ ଦେଲେ ପରାମର୍ଶ । ଉତ୍କଳ ବିଶ୍ବବିଦ୍ୟାଳୟ ସ୍ବର୍ଣ୍ଣ ଜୟନ୍ତୀ  ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହି ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଉପରାଷ୍ଟ୍ରପତି ଓଡିଆ ଭାଷାରେ ତାଙ୍କର ଦୀକ୍ଷାନ୍ତ ଭାଷଣ ଦେଇଥିଲେ । କଳିଙ୍ଗର ଗୌରବମୟ ଇତିହାସକୁ ମନେପକାଇ ଥିଲେ । ସାମାଜିକ, ଅର୍ଥନୈତିକ ପରିବର୍ତ୍ତନରେ ବିଶ୍ବବିଦ୍ୟାଳୟର ଭୂମିକା ରହିଥିବା କଥା କହିଥିଲେ । ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରି ଉତ୍କଳ ବିଶ୍ବବିଦ୍ୟାଳୟରେ ଏହାକୁ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଥିଲେ ।

{"id":432674,"sizeSlug":"large","linkDestination":"none"}

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ବ ଦେଖାଇଥିବା ୫ ଶ୍ରେଷ୍ଠ ଓଡିଆଙ୍କୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ ଉପରାଷ୍ଟ୍ରପତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲେ ।

ସେହିଭଳି ଉପରାଷ୍ଟ୍ରପତି ୪୧ ଜଣଙ୍କୁ ଡିଗ୍ରୀ ପ୍ରଦାନ କରିଥିବାବେଳେ ନିଜ ନିଜ ବିଷୟରେ ଶ୍ରେଷ୍ଠ  ପ୍ରଦର୍ଶନ କରିଥିବା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ। ନିଜ ଜନ୍ମ ମାଟି ତଥା ଶିକ୍ଷାପ୍ରାପ୍ତ ବିଶ୍ବବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀରେ ସମ୍ମାନୀତ ହୋଇ ବେଶ ଗର୍ବ ଅନୁଭବ କରୁଥିବା କହିଥିଲେ ଉପାଧି ଗ୍ରହଣ କରିଥିବା ଅତିଥିମାନେ।

{"id":432680,"sizeSlug":"large","linkDestination":"none"}

ଉତ୍ସବ ଆରମ୍ଭ ପୂର୍ବରୁ ସମାର୍ବତ୍ତନ ସ୍ଥଳକୁ କୋଭିଡ ନେଗେଟିଭ୍ ରିପୋର୍ଟ ପରେ ହିଁ ଭିତରକୁ ଛଡାଯାଇଥିଲା । ପୂର୍ବରୁ ସମାବର୍ତ୍ତନ ସ୍ଥଳକୁ ୫୦୦ ଅତିଥି ଅନୁମତି ଥିବା ବେଳେ କୋଭିଡ କଟକଣା ଯୋଗୁଁ ଶେଷ ମୂହୁର୍ତ୍ତରେ ୨୦୦ କୁ କମାଇ ଦିଆଯାଇଥିଲା। ତେବେ କୋଭିଡ ନେଗେଟିଭ୍ ରିପୋର୍ଟ ଥାଇ ମଧ୍ୟ ଉସ୍ତ୍ରବ ସ୍ଥଳକୁ ବାରଣ ହେତୁ ପ୍ରବେଶ ସମୟରେ ସାମୟିକ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥିଲା । ଏପରିକି ଅନଲାଇନରେ ଦେଖିବା ବ୍ୟବସ୍ଥା ନଥିବାରୁ କିଛି ଛାତ୍ରଛାତ୍ରୀ ନିରାଶ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.