ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କଲେ କ୍ରିକେଟ୍ କ୍ୟାରିୟରରେ ୯୪୨ ଓ୍ଵିକେଟ୍ ନେଇଥିବା ଏହି ଦ୍ରୁତ ବୋଲର, କହିଲେ...

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ ୨୬।୦୨: ଦ୍ରୁତ ବୋଲର ବିନୟ କୁମାର କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଶୁକ୍ରବାର ସେ ସାମାଜିକ ଗଣମାଧ୍ୟମ ସନ୍ନ୍ୟାସ ନେବାର ସୂଚନା ଦେଇଛନ୍ତି।  ୩୭ ବର୍ଷୀୟ ଏହି ଦ୍ରୁତ ବୋଲର ୨୦୧୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ।

ବିନୟ ଟ୍ଵିଟ୍ କରିଛନ୍ତି ଯେ, କ୍ରିକେଟ୍‌ କ୍ୟାରିୟରରେ ୨୫ ବର୍ଷ ପର୍ଯ୍ୟନ୍ତ ଦୌଡିବା ପରେ ଏବଂ ଅନେକ ଷ୍ଟେସନକୁ ଅତିକ୍ରମ କରିବା ପରେ ଶେଷ ଷ୍ଟେସନ 'ରିଟାୟରମେଣ୍ଟ'ରେ ପହଞ୍ଚି ଯାଇଛି। ଅନେକ ମିଶ୍ରିତ ଭାବନା ରହିଛି। ମୁଁ ବିନୟ କୁମାର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଓ ଘରୋଇ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରୁଛି।

wp:html /wp:html

ସେ କହିଛନ୍ତି, କ୍ରିକେଟ୍‌ରୁ ଅବସର ଘୋଷଣା କରିବା ଏହା ମୋ ପାଇଁ ସହଜ ନିଷ୍ପତ୍ତି ନଥିଲା। ହେଲେ ଏହି ସମୟ ପ୍ରତ୍ୟେକ ଖେଳାଳିଙ୍କ ଜୀବନରେ ଆସିଥାଏ। ଦିନେ ଦିନେ ଅବସର ଘୋଷଣା କରିବାକୁ ପଡିଥାଏ। ଦ୍ରୁତ ବୋଲର ଏହା ମଧ୍ୟ କହିଛନ୍ତି ସେ ଭାଗ୍ୟଶାଳୀ ଯେ ଦିଗ୍‌ଜ ଖେଳାଳି ସଚିନ ତେନ୍ଦୁଲକର, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ତାରକା ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ପରି ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଇଛି।

ବିନୟ କୁମାର ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୩୧ ଦିନିକିଆ ଓ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହା ବ୍ୟତୀତ ଗୋଟିଏ ଟେଷ୍ଟ ଖେଳିଛନ୍ତି। ତାଙ୍କ ନାମରେ ଦିନିକିଆରେ ୩୮ମ ଟି-୨୦ରେ ୧୦ ଓ ଟେଷ୍ଟରେ ଗୋଟିଏ ଓ୍ଵିକେଟ୍ ରହିଛି। ବିନୟ କୁମାର ଫାଷ୍ଟ କ୍ଲାସ୍ କ୍ରିକେଟ୍‌ରେ ୫୦୪, ଲିଷ୍ଟ ଏ କ୍ରିକେଟ୍‌ରେ ୨୨୫ ଓ୍ଵିକେଟ୍ ନେଇଛନ୍ତି।

ସେ ଲେଖିଛନ୍ତି ଯେ, ମୁଁ ନିଜ କ୍ରିକେଟ୍ କ୍ୟାରିୟରରେ ଅନେକ ବରିଷ୍ଠ ଖେଳାଳି ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂହ ଧୋନୀ, ବୀରେନ୍ଦ୍ର ସେହ୍ଵାଗ, ଗୌତମ ଗମ୍ଭୀର, ବିରାଟ କୋହଲି, ସୁରେଶ ରୈନା ଓ ରୋହିତ ଶର୍ମା ଆଦିଙ୍କ ସହିତ ଖେଳିଛନ୍ତି। ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି ଯେ, ଯେବେ ମୁଁ ମୁମ୍ବାଇ ଇଣ୍ଡିଆନ୍ସରେ ଥିଲି ମୋତେ ସଚିନ ତେନ୍ଦୁଲକରଙ୍କ ମହାନ ଖେଳଳି ମେଣ୍ଟର ଭାବେ ମିଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.