ଗାଁ ଗାଁ ବୁଲି ସ୍ବାବ୍ ଟେଷ୍ଟ୍ କରିବ ଭ୍ୟାନ୍
10/07/2020 at 2:09 PM

ବ୍ରହ୍ମପୁର୧୦/୭: ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା କୋଭିଡ୍ ଟେଷ୍ଟିଂ ମୋହାଇଲ ଭ୍ୟାନ୍। ଭ୍ୟାନ୍କୁ ଉଦଘାଟନ କଲେ ଗଞ୍ଜା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ରାଜ୍ୟର ଗଞ୍ଜାମ ଜିଲ୍ଳାରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହି ପରିପ୍ରେମକ୍ଷୀରେ ଗଞ୍ଜାମ ଜିଲ୍ଳା ପ୍ରଶାସନ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବ୍ରହ୍ମପୁର ଟାଉନ୍ ସମେତ ଜିଲ୍ଳାରେ ବିଭିନ୍ନ ଅଞ୍ଚଳକୁ ସଟ୍ଡାଉନ୍ ସହ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛି ଜିଲ୍ଳା ପ୍ରଶାସନ। ସେହିପରି ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଳାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ୪ ଜଣଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬ରେ ପହଁଞ୍ଚିଛି।
Related Posts
ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ, ଗୃହପାଳିତ ପଶୁଙ୍କୁ କରୁଛି ଆକ୍ରମଣ
22 January 2021