ବ୍ରହ୍ମପୁରରେ ଘର ଘର ବୁଲି ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା, ଜିଲ୍ଲାପାଳଙ୍କ ଘୋଷଣା

Published By : Prameya-News7 Bureau | May 15, 2021 IST

ବ୍ରହ୍ମପୁର ୧୫।୦୫: କରୋନାର ତାଡନାରେ ସମସ୍ତେ ଛଟପଟ ହେଉଛନ୍ତି । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।  ଏହି କ୍ରମରେ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣର ଆଉ ଏକ ସୁବିଧା ଯୋଗାଇବ ଗଞ୍ଜାମ ଜିଲ୍ଲା ପ୍ରଶାସନ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକାକରଣ। ଏଭଳି ପଦକ୍ଷେପ ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ। ଟୁଇଟ୍ ମାଧ୍ୟମରେ ଶନିବାର ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

{"id":452920,"sizeSlug":"large","linkDestination":"none"}

ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଉଛନ୍ତି । ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକଙ୍କୁ କୋଭିଡ୍ ସଚେତନ କରେଇବା ଉଦ୍ଦେଶ୍ୟରେ ଏକ ନିଆରା ସଚେତନ ଯାନ ବାହାରିଛି। କୋଭିଡ୍ ସଚେତନ ଯାନ ସହର ସାରା ଭ୍ରମଣ କରି ଲୋକଙ୍କୁ ସଚେତନ କରାଯାଉଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.