ହୋଟେଲଗୁଡିକରେ ବଳିପଡୁଥିବା ସାବୁନକୁ କ’ଣ କରାଯାଏ ଜାଣନ୍ତୁ…

Published By : Prameya-News7 Bureau | April 04, 2019 IST

wp:heading {"level":5}
ଭାରତୀୟଙ୍କର ଅଭ୍ୟାସ ସବୁ ପରସ୍ପରଙ୍କ ସହ ମିଶିଥାଏ। ସାଧାରଣତଃ ଛୁଟିରେ ବୁଲିବାକୁ ଯାଇଥିଲେ ହୋଟେଲରେ ଦିଆଯାଇଥିବା ସାବୁନ ବ୍ୟବହାର ନକରି ଲୋକେ ଘରକୁ ନେଇଆସିଥାନ୍ତି। ଅଧିକାଂଶ ଲୋକେ ଏହା କରନ୍ତି ସତ କିନ୍ତୁ ସ୍ବୀକାର କରନ୍ତି ନାହିଁ। ହୋଟେଲରେ ଥିବା ସାବୁନ ସମସ୍ତେ ବ୍ୟବହାର କରନ୍ତି। କିନ୍ତୁ ବଳିଥିବା ସାବୁନର କଣ ହୁଏ ତାହା କୌଣସି ଲୋକ ଜାଣିନଥାନ୍ତି। ସେହି ବଳିଥିବା ସାବୁନ କେଉଁଥିରେ ବ୍ୟବହାର କରାଯାଏ ତାହା ଜାଣିଲେ ଆଚମ୍ୱିତ ହେବେ।
/wp:heading {"id":100199,"width":581,"height":329}
wp:heading {"level":5}
ଏହି ଟ୍ରେଣ୍ଡ ଆମେରିକାରୁ ଆରମ୍ଭ ହୋଇଥିଲା। ଏହି ଉପାୟ ପ୍ରତ୍ୟେକ ହୋଟେଲରେ ଉପଯୋଗ ହେବା ମଧ୍ୟ ଉଚିତ୍‌। କେବଳ ଆମେରିକାର ବିଭିନ୍ନ ହୋଟେଲରେ ୪.୬ ନିୟୁତ ରୁମ ଅଛି । ଏଠାରେ ଦିନେ, ଦୁଇଦିନ କିମ୍ବା କିଛିଦିନ ରହିବା ପାଇଁ ଆସୁଥିବା  ଲୋକେ ପୁରା ସାବୁନ, ସାମ୍ପୁ, କଣ୍ଡିସନର ବ୍ୟବହାର କରିପାରୁନଥିବେ ନିଶ୍ଚୟ।
/wp:heading {"id":100200}
wp:heading {"level":5}
କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବଳି ପଡୁଥିବା ଏହି ସାବୁନ ଏବଂ ସାମ୍ପୁକୁ ପୁଣି ରିସାଇକ୍ଲିଂ କରାଯାଏ ଆଉ ରୁମକୁ ସପ୍ଲାଇ କରାଯାଏ । ଏହି ବଳିଥିବା ଜିନିଷ ନଷ୍ଟ ନହେବା ପାଇଁ କଲୀନ ଦ ୱାଲର୍ଡ ସଂସ୍ଥା ଗ୍ଲୋବାଲ ସାବୁନ ପ୍ରୋଜେକ୍ଟ ସହ ମିଶି ବଳିଥିବା ସାବୁନକୁ ନୂଆ ତିଆରି କରନ୍ତି। ଏହି ସାବୁନ ଆଉ ଥରେ ବ୍ୟବହାର କରାଯାଏ। ଏହା ଦ୍ୱାରା କୌଣସି ଜିନିଷ ନଷ୍ଟ ହୁଏନାହିଁ। ଏହି ପ୍ରଡକ୍ଟ ସେହି ଜାଗାକୁ ପଠାଯାଏ ଯେଉଁଠାରେ ସଫା ପାଣି, ସେନିଟେସନ ସୁବିଧାର ଅଭାବ ଥାଏ।
/wp:heading {"id":100201,"width":564,"height":375}
wp:heading {"level":5}
ଏହି ବଳିଥିବା ସାବୁନ, କଣ୍ଡିସନର, ବଡ୍ଡି ୱାସ ଓ ସାମ୍ପୁକୁ ପ୍ରଥମେ ଶୋଧନ କରାଯାଏ। ପରେ ତାକୁ ପରୀକ୍ଷଣ ନିରିକ୍ଷଣ କରାଯାଏ। ତାପରେ ରିସାଇକଲ କରାଯାଏ। ଏହି ପ୍ରଡକ୍ଟ ସବୁ ଗରୀବ ଲୋକ, ବେସାହାରା ମହିଳା ଓ କମ୍ୟୁନିଟି ସପୋର୍ଟ ନେଟୱାର୍କକୁ ମଧ୍ୟ ଦାନ କରାଯାଏ। ଏହା ସହ କିଛି ଲୋକାଲ ହୋଟେଲ, କ୍ଲିନିକ୍‌, ଓ ଅନାଥଙ୍କ ମଧ୍ୟରେ ବଣ୍ଟାଯାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.