Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଚୀନ ଭ୍ୟାକ୍ସିନ ବ୍ୟବହାର କରିବା ପଡିଲା ମହଙ୍ଗା, ଏହି ଦେଶଗୁଡିକରେ କମିବା ପରିବର୍ତ୍ତେ ବଢିଲା କରୋନା ସଂକ୍ରମଣ

23/06/2021 at 6:32 PM

ବେଜିଂ ୨୩।୦୬:  କରୋନା ଭାଇରସ୍‌ ମହାମାରୀ ସହ ସଂଘର୍ଷ କରୁଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଦେଶ ଟିକାକରଣ ଅଭିଯାନ ଉପରେ ପ୍ରାଧ୍ୟାନ୍ୟ ଦେଇଛନ୍ତି। ହେଲେ ସୀମିତ ମାତ୍ରାରେ ଉତ୍ପାଦନ କାରଣରୁ ଦେଶଗୁଡିକ ପାଖରେ ଆଉ ବିକଳ୍ପର ରାସ୍ତା ନାହିଁ। ଏହି କାରଣରୁ ବହୁତ ଦେଶ ଚୀନର ସିନୋଫାର୍ମର ଭ୍ୟାକ୍ସିନ ବ୍ୟବହାର କରି ମହାମାରୀକୁ କାବୁ କରିବାକୁ ସ୍ଵପ୍ନ ଦେଖୁଛନ୍ତି। ହେଲେ ଏବେ ସେମାନଙ୍କୁ ଚୀନ ଭ୍ୟାକ୍ସିନ ଉପରେ ଭରସା କରିବା ମହଙ୍ଗା ପଡିଛି। ଆମର ପଡୋଶୀ ଦେଶ ପାକିସ୍ତାନ ଓ ନେପାଳରେ ଚୀନ ଭ୍ୟାକ୍ସିନ ବ୍ୟବହାର କରାଯାଉଛି। ଯାହା ପରେ ଏହି ଦେଶରେ କରୋନା ସଙ୍କଟର ବିପଦ ଏବେ ବଢି ଯାଇଛି।

ଚୀନ ଭ୍ୟାକ୍ସିନ ଲଗାଇ କରୋନା ଜିତିବାର ସ୍ଵପ୍ନ ଦେଖୁଥିଲେ

ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଚୀନର ପଡୋଶୀ ମଙ୍ଗୋଲିଆ ପ୍ରତିଶ୍ରୁତି ଦେଇଥିଲା ଯେ, ଗରମ ପର୍ଯ୍ୟନ୍ତ ଚୀନ ଭ୍ୟାକ୍ସିନ ଉପଯୋଗ କରି ଦେଶରେ କରୋନାକୁ ସମାପ୍ତ କରି ଦେବ। ବାହାରିନ ମଧ୍ୟ ଏହି ଭ୍ୟାକ୍ସିନ ଉପଯୋଗ କରି କହିଥିଲା ଯେ, ଶୀଘ୍ର ଦେଶ ସ୍ଵାଭାବିକ ସ୍ଥିତିକୁ ଫେରିବ। ସେହି ପରି ସେସେଲ୍ସ ନିଜର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ଏହି ଭ୍ୟାକ୍ସିନର ବ୍ୟବହାର କରିଥିଲା। କେବଳ ଏତିକି ନୁହେଁ, ଚିଲିରେ ଚୀନ ଭ୍ୟାକ୍ସିନ ଲାଗିବା ପରେ ଲୋକେ ସୁସ୍ଥ ହେବେ କଣ ଓଲଟା ସଂକ୍ରମିତ ହେବାରୁ ବିଶେଷଜ୍ଞଙ୍କୁ ଚେତାବନୀ ଦେବାକୁ ପଡିଛି। ହେଲେ ଚୀନ ଭ୍ୟାକ୍ସିନ ଉପଯୋଗ କରିବା ଏହି ଦେଶଗୁଡିକ ଉପରେ ଭାରି ପଡିଛି।

ଟିକାକରଣ ପରେ ବି ଏହି ଦେଶରେ ତାଣ୍ଡବ

ଏହି ଚାରୋଟି ଦେଶ ସହଜରେ ମିଳୁଥିବା ଚୀନ ଭ୍ୟାକ୍ସିନ ଉପରେ ଅଧିକ ଭରସା କରିଥିଲେ। ମାତ୍ର ଏବେ ଏହି ସବୁ ଦେଶ କରୋନା ଭାଇରସ୍‌ରୁ ମୁକ୍ତି ବଦଳରେ ସଂକ୍ରମଣ ବଢୁଥିବା ଦେଖି ଚିନ୍ତାରେ ପଡି ଯାଇଛନ୍ତି। ଚୀନ ଗତ  ବର୍ଷ ଶେଷ ଆଡକୁ ଭ୍ୟାକ୍ସିନ କୂଟନୀତି ସାହାରାରେ ସମଗ୍ର ଦୁନିଆର ଦେଶଗୁଡିକୁ ନିଜ ଆଡକୁ ଟାଣିବାକୁ ଅଭିଯାନ ଆରମ୍ଭ କରିଥିଲା। ଡ୍ରାଗନ ମନରେ ଏହି ଭୟ ଘାରି ଥିଲା ଯେ, ଏମିତି ନହେଉ ଭାରତ ଓ ଆମେରିକା ଟିକା ଯୋଗାଣ କରି ବିଶ୍ଵ ନେତା ପାଲଟି ନଯାଆନ୍ତୁ।

ନୂତନ ଭାରିଏଣ୍ଟ ଉପରେ ପ୍ରଭାବହୀନ ଚୀନ ଭ୍ୟାକ୍ସିନ !

ଏବେ ଅନେକ ଦେଶରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚୀନ ଭ୍ୟାକ୍ସିନ କରୋନା ସଂକ୍ରମଣକୁ ରୋକିବାରେ ସେତେଟା ପ୍ରଭାବଶାଳୀ ନୁହେଁ। ବିଶେଷ କରି କରୋନାର ନୂତନ ଭାରିଏଣ୍ଟ ଉପରେ ଏହି ଭ୍ୟାକ୍ସିନ ସଂପୂର୍ଣ୍ଣ ପ୍ରଭାବହୀନ ରହିଛି। ବିଶେଷଜ୍ଞଙ୍କ ମୁତାବକ କୌଣସି ବି ଦେଶରେ କରୋନା ମାମଲା ହ୍ରାସ ପାଇବା ଏହା ଉପରେ ନିର୍ଭର କରେ ଯେ, ଉକ୍ତ ଦେଶ ନିଜ ନାଗରିକଙ୍କୁ କେଉଁ ଟିକା ଦେଉଛି।

ଗତ ସପ୍ତାହରେ କରୋନା ସଂକ୍ରମିତ ଶୀର୍ଷ ୧୦ ଦେଶରେ ଏହି ଦେଶ ସାମିଲ

ଡାଟା ଟ୍ରାକିଂ ପ୍ରୋଜେକ୍ଟ ଓଭର ଓ୍ଵାର୍ଲ୍ଡ ଇନ ଡାଟାର ତଥ୍ୟ ଅନୁଯାୟୀ, ସେସେଲ୍ସ, ଚିଲି, ବାହାରିନ ଓ ମଙ୍ଗୋଲିଆରେ ୫୦ ରୁ ୬୮ ପ୍ରତିଶତ ଜନସଂଖ୍ୟାଙ୍କ ସଂପୂର୍ଣ୍ଣ ଟିକାକରଣ ସରିଛି। ପ୍ରତିଶତ ହିସାବରେ ଏହା ଆମେରିକାଠୁ ମଧ୍ୟ ଅଧିକ ରହିଛି। ଦ ନ୍ୟୁୟର୍କ ଟାଇମ୍ସର ତଥ୍ୟ ଅନୁସାରେ, ଗତ ସପ୍ତାହରେ ସବୁଠୁ ଅଧିକ କରୋନା ପ୍ରକୋପ ଦେଖା ଦେଇଥିବା ୧୦ ଦେଶ ମଧ୍ୟରେ ଏହି ଚାରି ଦେଶ ସାମିଲ। ଏହି ଚାରୋଟି ଦେଶ ହିଁ ଚୀନ ଭ୍ୟାକ୍ସିନ ନିଜ ନାଗରିକଙ୍କୁ ଦେଇଥିଲା।

୫୩ ଦେଶରେ ଲଗାଯାଉଛି ଚୀନ ଭ୍ୟାକ୍ସିନ

ସମଗ୍ର ଦୁନିଆରେ ଅତି କମରେ ୫୩ ଦେଶରେ ଚୀନର କରୋନା ଭ୍ୟାକ୍ସିନରେ ଟିକାକରଣ ଚାଲିଛି। ଏଥିରେ ଅନେକ ଦକ୍ଷିଣ ଆମେରିକା, ଆଫ୍ରିକା ଓ ଦକ୍ଷିଣ ପୂର୍ବ ଏସିଆର ବିକାଶଶୀଳ ଦେଶ ସାମିଲ୍। ବଡ କଥା ଚୀନର କରୋନା ଭ୍ୟାକ୍ସିନ ଶସ୍ତା ଏବଂ ମହଜୁଦ କରିବାରେ ସହଜ। ସେହି ଗରିବ ଦେଶମାନଙ୍କ ପାଇଁ ଏହା ଏକ ଆଦର୍ଶ ଭ୍ୟାକ୍ସିନ, ଯାହାଙ୍କ ପାଖରେ ବିଯୁକ୍ତ ୨୦ ଡିଗ୍ରୀରୁ ଅଧିକ ତାପମାନରେ ଭ୍ୟାକ୍ସିନକୁ ଷ୍ଟୋର କରିବାର ସୁବିଧା ନାହିଁ।

ନିଜ ଭ୍ୟାକ୍ସିନର କମ୍ ପ୍ରଭାବ ସ୍ଵୀକାର କଲା ଚୀନ

ଚୀନର ଶୀର୍ଷ ସ୍ଵାସ୍ଥ୍ୟ ଅଧିକାରୀ ମଧ୍ୟ ନିଜେ ସ୍ଵୀକାର କରିଛନ୍ତି ଯେ, ତାଙ୍କ ଦେଶର କରୋନା ଭ୍ୟାକ୍ସିନର ପ୍ରଭାବ କମ ରହିଛି। ନି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଅଆଣ୍ଡ ପ୍ରଭେନସନର ନିର୍ଦ୍ଦେଶକ ଗାଓ ଫୁ ଦୁଇ ଦିନ ପୂର୍ବେ କହିଥିଲେ, ସଂପ୍ରତି ଭ୍ୟାକ୍ସିନର ପ୍ରଭାବହାର ବହୁତ କମ ରହିଛି। ଏହାକୁ ବଢାଇବା ପାଇଁ ଚୀନ ଭ୍ୟାକ୍ସିନ ନିର୍ମାତା କମ୍ପାନୀଙ୍କ ସହ ଆଲୋଚନା ଜାରି ରହିଛି।

   Related Posts