ସୀମାନ୍ତ ସୁକୁମା ଏବଂ ମାଲକାନଗିରି ଆକାଶରେ ସୂର୍ଯ୍ୟଙ୍କ ଚର୍ତୁପାର୍ଶ୍ବରେ ବିରଳ ଦୃଶ୍ୟ

Published By : Prameya-News7 Bureau | July 09, 2020 IST

ମାଲକାନଗିରି୯/୭: ସମଗ୍ର ବିଶ୍ବରେ ଭୟାବହ କରୋନା ମହାମାରୀ ବ୍ୟାପିଥିବା ବେଳେ ଗତକାଲି ସୀମାନ୍ତ ଛତିଶଗଧ ରାଜ୍ୟ ସୁକୁମା ଜିଲ୍ଲା ଓ ମାଲକାନଗିରି ଜିଲ୍ଳାବାସୀ  ଆକାଶରେ ଏକ ଜାଗତିକ ଦୃଶ୍ୟ ଦେଖି ଚକିତ ହୋଇ ପଡିଥିଲେ। ସୂର୍ଯ୍ୟଙ୍କ  ଚର୍ତୁପାର୍ଶ୍ବରେ ଏକ ନୀଳରଙ୍ଗର ବୃତ୍ତାକାର ଘୂର୍ଣ୍ଣିବଳୟ ଆକାଶରେ ଦୃଷ୍ଟ ଗୋଚର ହୋଇଥିଲା। ଏହା ପ୍ରାୟ ଏକ ଘଣ୍ଟାଧରି ସ୍ଥିର ହୋଇ ରହିଥିବାର ଲୋକମାନେ ଦେଖିବାକୁ ପାଇଥିଲେ। ଏହି ଦୃଶ୍ୟକୁ କିଛି ଯୁବକ କ୍ୟାମେରାରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ। ଏହି ଦୃଶ୍ୟ ପ୍ରାୟ ୫୦ ବର୍ଷ ପୂର୍ବରୁ ହୋଇଥିଲା। ଏହା ବିଶ୍ବବାସୀଙ୍କୁ କୌଣସି ଏକ ଶୁଭ ସଙ୍କେତ ଦେଉଛି, ଯାହା ଜଣାପଡୁଛି ସମଗ୍ର ବିଶ୍ବରୁ ଏବେ କରୋନା ଦୂର ହେବ ବୋଲି ମାଲକାନଗିରିର ବାସୀମାନେ କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.