Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଭାରତ-ଓପେକ୍‌ର ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ସାମିଲ: କରୋନା କାଳରେ ଅତିରିକ୍ତ ଏଲ୍‌ପିଜି ଯୋଗାଇ ଥିବାରୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

6/11/2020 at 12:18 PM

ଭୁବନେଶ୍ୱର୬/୧୧: ଭାରତ-ଓପେକ୍‌ ଉର୍ଜ୍ଜା ସମ୍ବାଦର ଚତୁର୍ଥ ଉଚ୍ଚସ୍ତରୀୟ ଭର୍ଚୁଆଲ୍‌ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ ଉର୍ଜ୍ଜା କ୍ଷେତ୍ରର ଏକ ଉତ୍ପାଦନ ହବ୍‌ରେ ପରିଣତ କରିବା, ଗ୍ୟାସ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟାବସାୟିକ ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ ଭଣ୍ଡାର ନିର୍ମାଣ ପାଇଁ ଭାରତରେ ପୁଞ୍ଜିନିବେଶ କରିବାକୁ ଓପେକର ସଦସ୍ୟ ରାଷ୍ଟ୍ରମାନଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ଭାରତର ଉର୍ଜ୍ଜା ସୁରକ୍ଷାରେ ଓପେକ୍‌ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇପାରିଛି। ଓପେକ୍‌ ଭାରତ ସହ ମିଳିତ ଭାବରେ କାମ କଲେ ଉର୍ଜ୍ଜା ଚାହିଦାରେ ଅଭିବୃଦ୍ଧି ହେବ। ଉର୍ଜ୍ଜା ବଜାରରେ ବୃଦ୍ଧି ପରିଲକ୍ଷିତ ହେବ। ଓପେକ ଏବଂ ଭାରତ ପାରସ୍ପରିକ ଲାଭ ପାଇବା ସହ ଉଭୟ ସହଭାଗୀ ବଢ଼ାଇବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଛନ୍ତି।

ସେହିପରି ବିଶ୍ୱରେ ଯେଉଁ ଆର୍ଥିକ ପରିସ୍ଥିତି ଦେଖାଦେଇଛି ତାହାକୁ ସୁଧାରିବା ଲାଗି ତୈଳ ଉତ୍ପାଦନକାରୀ ଓ ଆମଦାନିକାରୀ ଦେଶ ଯେପରି ଦାୟିତ୍ୱ ସମ୍ପନ୍ନ ଭାବେ କାର୍ଯ୍ୟ କରିବେ ତାହା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଛନ୍ତି ।କୋଭିଡ-୧୯ କାରଣରୁ ବିଶ୍ୱ ତୈଳ ଏବଂ ଗ୍ୟାସ ବଜାରରେ ଆସିଥିବା ପରିବର୍ତ୍ତନକୁ ଭଲ ଭାବରେ ତଦାରଖ କରିବା ପାଇଁ ଶ୍ରୀ ପ୍ରଧାନ ଓପେକକୁ ଆହ୍ୱାନ କରିଥିଲେ । ଫଳରେ କୋଭିଡ-୧୯ ପରିବର୍ତ୍ତୀ ସମୟରେ ଭାରତ ଓ ଓପେକ୍‌ ମିଳିତ ଭାବରେ ଉର୍ଜ୍ଜା ଚାଲେଞ୍ଜକୁ ସମ୍ମୁଖୀନ କରିପାରିବ ବୋଲି ସେ କହିଥିଲେ ।

କରୋନା ସମୟରେ ଭାରତକୁ ଅତିରିକ୍ତ ଏଲ୍‌ପିଜି ଯୋଗାଇ ଦେଇଥିବାରୁ ଶ୍ରୀ ପ୍ରଧାନ ଓପେକର କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ।ଓପେକର ସେକ୍ରେଟାରୀ ଜେନେରାଲ ମହମ୍ମଦ ବାର୍କିଣ୍ଡୋ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଥିଲେ ଏବଂ ଭାରତର ଉର୍ଜ୍ଜା ପରିବର୍ତ୍ତନର ଯାତ୍ରାରେ ଓପେକ୍‌ ସାମିଲ ହେବାକୁ ଇଚ୍ଛା ରଖିଥିବା ମତବ୍ୟକ୍ତ କରିଥିଲେ ।

ଏହାସହ ସେ ଭାରତର ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶ ଏବଂ ଇଣ୍ଡିଆ ଏନର୍ଜି ଫୋରମ୍‌ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଲ୍ଲେଖିତ ୭ଟି ପ୍ରମୁଖ ଉର୍ଜ୍ଜା ଡ୍ରାଇଭର ଦ୍ୱାରା ପରିଚାଳିତ ଭାରତର ଉର୍ଜ୍ଜା ଏଜେଣ୍ଡାକୁ ପ୍ରଶଂସା କରିଛନ୍ତି । ଏହି ଭର୍ଚୁଆଲ ବୈଠକରେ ବିଶ୍ୱ ଉର୍ଜ୍ଜା ଦୃଶ୍ୟପଟ୍ଟରେ ପରିବର୍ତ୍ତନ, ବିଶ୍ୱ ତୈଳ ମୂଲ୍ୟ ପ୍ରସଙ୍ଗ, ତୈଳ ବଜାରକୁ ସମନ୍ୱୟ ରଖିବା ପାଇଁ ଓପେକ୍‌ ଦ୍ୱାରା ନିଆଯାଇଥିବା ବୃହତ ପଦକ୍ଷେପ ଏବଂ ଭାରତ ପାଇଁ ତୈଳ ଯୋଗାଣ ସୁରକ୍ଷାକୁ ନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଓପେକର ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରମୁଖମାନେ ସାମିଲ ହୋଇଥିଲେ। ଏହାସହ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ଏବଂ ଭାରତର ତୈଳ ଓ ଶିଳ୍ପର ସମସ୍ତ ସରକାରୀ ଓ ବେସରକାରୀ ସ୍ତରର ଏମ୍‌ଡି ଓ ସିଏମ୍‌ଡିମାନେ ସାମିଲ ହୋଇଥିଲେ ।

   Related Posts