ଟିକାକରଣର ବର୍ଷେ, ଡାକ ଟିକଟ ଉନ୍ମୋଚନ କରି ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

Published By : Prameya-News7 Bureau | January 16, 2022 IST

ନୂଆଦିଲ୍ଲୀ ୧୬/୦୧ : ଦେଶର ରବିବାର ଦେଶରେ କରୋନା ମହାମାରୀ ବିରୁଦ୍ଧରେ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଟିକାକରଣକୁ ଗୋଟିଏ ବର୍ଷ ପୂରିଛି । ଏହି ଅବସରରେ କୋଭିଡ-୧୯ ଟିକାର ଏକ ଡାକ ଟିକେଟ୍ ଜାରି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଡାକ ଟିକଟର ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଆଜି ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ, କାରଣ ଆମେ ଟିକାକରଣର ଗୋଟିଏ ବର୍ଷ ପୂରଣ କରିଛୁ । ମାଣ୍ଡଭିୟ କହିଛନ୍ତି, ସାରା ବିଶ୍ୱ ଆମର ଟିକାକରଣ ଅଭିଯାନ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଛି। ଦେଶରେ ୧୫୬ କୋଟିରୁ ଅଧିକ ଭ୍ୟାକ୍ସିନ ଡୋଜ ପ୍ରଦାନ କରାଯାଇଛି। ୧୮ ବର୍ଷରୁ ଅଧିକ ବୟସର ୯୩ ପ୍ରତିଶତରୁ ଅଧିକ ଲୋକଙ୍କୁ ଟିକାର ପ୍ରଥମ ଏବଂ ୭୦ ପ୍ରତିଶତ ଜନତାଙ୍କୁ ଦୁଇଟି ଡୋଜ ଦିଆସରିଛି।

wp:html /wp:html

ଡାକ ଟିକେଟ୍ ଜାରି କରି ବୈଜ୍ଞାନିକଙ୍କୁ ଦେଲେ ଧନ୍ୟବାଦ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ‘ଆଜି ଟିକାକରଣ ଅଭିଯାନର ଗୋଟିଏ ବର୍ଷ ପୂରଣ ହେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରି, ଆଇସିଏମଆର ଏବଂ ଭାରତ ବାୟୋଟେକ ମିଳିତ ଭାବେ ଯେଉଁ ସ୍ୱଦେଶୀ ଟିକା ବିକଶିତ କରିଛନ୍ତି, ତାହା ଉପରେ ଡାକ ଟିକଟ ଜାରି କରାଯାଇଛି । ଦେଶର ସମସ୍ତ ବୈଜ୍ଞାନିକଙ୍କୁ ଏହି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଉଛି’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.