Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ, ରାଷ୍ଟ୍ରୀୟ ସମବାୟ ବିକାଶ ‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

24/11/2020 at 9:09 PM

ଭୁବନେଶ୍ଵର ୨୪।୧୧: ରାଷ୍ଟ୍ରୀୟ ସମବାୟ ବିକାଶ ନିଗମ ଦ୍ଵାରା ନଭେମ୍ଵର ୨୪ ତାରିଖରେ ସହକାର ପ୍ରଜ୍ଞା ନୂତନ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହାର ଉଦ୍‌ଘାଟନ କରିଛନ୍ତି। ପ୍ରାଥମିକ ସମବାୟଗୁଡିକରେ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ ସଂପୂର୍ଣ୍ଣ ବ୍ୟବସ୍ଥା ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ସମବାୟ ବିକାଶ ନିଗମ ଭାରତ ସରକାରଙ୍କ ଦ୍ଵାରା ଗଠିତ ଓ ସଂସଦ ଦ୍ଵାରା ପାରିତ ଅଧିନିୟମ-୧୯୬୩ ମାଧ୍ୟମରେ ସମବାୟ ସଂସ୍ଥା ମାନଙ୍କର ସର୍ବୋଚ୍ଚ ନିୟାମକ ଅଟେ।

ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ତୋମାର କହିଛନ୍ତି ଯେ, ପ୍ରାଥମିକ ସମବାୟ ସମିତିର ସଭ୍ୟ ଗାଁ ଗହଳିର କୃଷକମାନଙ୍କୁ ସହକାର ପ୍ରଜ୍ଞା ମାଧ୍ୟମରେ ଏନଡିସି ଦ୍ଵାରା ତାଲିମ ଦେବେ। ଏହା ଆଞ୍ଚଳିକ ସ୍ତରରେ ଥିବା ୧୮ଟି ଆଞ୍ଚଳିକ ତାଲିମ କେନ୍ଦ୍ର ଗୁଡିକୁକ ସମ୍ମିଳିତ କରି ଏକ ନେଟ୍‌ଓ୍ଵର୍କ ମାଧ୍ୟମରେ ସଦସ୍ୟ ଚାଷୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଯୋଗାଇବ। ଏହାର ସମସ୍ତ ପାଣ୍ଠି ଏନସିଡିସି ଯୋଗାଇ ଦେଉଛି। ସହକାର ପ୍ରଜ୍ଞା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତ ଆହ୍ଵାନ ପାଇଁ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ। ଏଥିରେ ୪୫ଟି ତାଲିମ୍ ପେଟିକା ମାଧ୍ୟମରେ କୃଷକ ମାନଙ୍କ ଜ୍ଞାନ, କୌଶଳ ଓ ଆନୁଷ୍ଠାନିକ ଦକ୍ଷତାର ବୃଦ୍ଧି କରାଯିବ।

ଏନସିଡିସି କାର୍ଯ୍ୟକ୍ରମ ପରିଚାଳନା କରି ଉତ୍ପାଦନ, ପ୍ରକ୍ରିୟାକରଣ, ବିକ୍ରି, ଷ୍ଟୋରେଜ୍, ରପ୍ତାନୀ ଓ ଆମଦାନୀକୁ ପ୍ରୋତ୍ସାହିତ କରିବ। ଏଥିରେ କୃଷିଜାତ ଦ୍ରବ୍ୟ, ଖାଦ୍ୟ ଦ୍ରବ୍ୟ, ପଶୁଜାତ ଦ୍ରବ୍ୟ, ଚିକିତ୍ସା ଓ ସ୍ଵାସ୍ଥ୍ୟ ସେବା ସହ ମଧ୍ୟ ଜଡିତ। ଏହା ତ୍ରିସ୍ତରୀୟ ପ୍ରାଥମିକ ସମବାୟ, ଜିଲ୍ଲା ଓ ସର୍ବୋଚ୍ଚ ସମବାୟଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରେ। ଏନସିଡିସି ଭାରତ ସରକାରଙ୍କ  କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅଧିନରେ କାମ କରେ। ଆଜି ଭାରତରେ ୮.୫ ଲକ୍ଷ ସମବାୟ ସମିତି ମାଧ୍ୟମରେ ୨୯ କୋଟି କୃଷକ ସମବାୟ ଆନ୍ଦୋଳନ ସହ ଯୋଡି ହୋଇଛି।

   Related Posts