ଜୁଲାଇ ୩୧ ଯାଏଁ କୋଭିଡ୍ ନିୟମ ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

Published By : Prameya-News7 Bureau | June 29, 2021 IST

ନୂଆଦିଲ୍ଲୀ ୨୯/ ୦୬ : କୋଭିଡ ଗାଇଡଲାଇନକୁ ନେଇ ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖିଛି । ଜୁଲାଇ ୩୧ ତାରିଖ ଯାଏଁ କୋଭିଡ୍ ନିୟମ ପାଳନ କରିବା ପାଇଁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଦେଶରେ କରୋନା ସଂକ୍ରମଣ କମୁଥିଲେ ସୁଦ୍ଧା ନିୟମ ମାନିବା ନିହାତି ଆବଶ୍ୟକ । ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ସତର୍କ ସୂଚନା ଦେବା ପରେ ଚିନ୍ତା ବଢିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ୍‌କୁ ଜୁଲାଇ ୩୧ ଯାଏଁ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.