ଗାଁ ସାଥୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ସଂଘ, ଦାବି ପୂରଣ ନେଇ ୧୮ରେ ଜିଲ୍ଲାପାଳ ଅଫିସ ଘେରାଉ

Published By : Prameya-News7 Bureau | January 15, 2021 IST

ଭଦ୍ରକ ୧୫।୦୧: ଭଦ୍ରକ ଜିଲ୍ଲାର ସୁନ୍ଦରଗଡରେ ଗାଁ ସାଥୀଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଓ ନ୍ୟାୟ ପ୍ରଦାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡିଲା ସଂଘ । ଏହା ବାଦ୍ ଗାଁ ସାଥୀଙ୍କ ପ୍ରତି ଅବିଚାର ପ୍ରତିବାଦରେ ଚଳିତ ମାସ ୧୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବାକୁ  ଗାଁ ସାଥୀ ସଂଘ ମିଳିତ କ୍ରିଯାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି।

ଭଦ୍ରକ ଜିଲ୍ଲା ଜାନୁଗଞ୍ଜ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ଏହି ସୂଚନା ଦେଇଛି। ସଂଘର ଅଭିଯୋଗ ଅନୁଯାୟୀ ଗାଁ ସାଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦଶାନାମା ଅନୁଯାୟୀ ନ୍ୟାୟ ମିଳୁନାହିଁ । ତେବେ ଭଦ୍ରକ ଜିଲ୍ଲାର ବିଡିଓ ମାନେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମାନୁ ନାହାନ୍ତି। ଯେଉଁଥି ପାଇଁ ଗାଁ ସାଥୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରୁଥିବା ଯୋଗୁଁ ଆସନ୍ତା ୧୮ ତାରିଖରେ ଜିଲ୍ଲାର ସମସ୍ତ ଗାଁ ସାଥୀମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଂଘ କହିଛି।

ଅନ୍ୟ ପରେ ସୁନ୍ଦରଗଡରେ ଗାଁ ସାଥୀଙ୍କ ହତ୍ୟାକାଣ୍ଡ ଘଟଣାକୁ ନିନ୍ଦା କରିଛି ସଂଘ। ମରୁତ ଗାଁ ସାଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି। ହତ୍ୟାକାରୀଙ୍କୁ ଧରିବା ସହ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡିଛି ସଂଘ । ତେବେ ଆଗାମୀ ଦିନରେ ଗାଁ ସାଥୀଙ୍କୁ ସୁରକ୍ଷା ପାଇଁ ମଧ୍ୟ ଦାବି ରଖାଯିବ ବୋଲି ସଂଘ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.