ଦ ଡେଡ୍‌ମ୍ୟାନଙ୍କ ଡେଡଲୀ ଲଭ୍ : ବ୍ରକ୍ ଲାଜନରଙ୍କ ସ୍ତ୍ରୀଙ୍କୁ ଅପହରଣ କରିନେଇ ବାହା ହେବାକୁ ଚାହିଁଥିଲେ ଅଣ୍ଡରଟେକର୍ କିନ୍ତୁ…

Published By : Prameya-News7 Bureau | May 19, 2020 IST

ନ୍ୟୁୟର୍କ, ୧୯|୦୫:   ଡବ୍ଲ୍ୟୁ ଡବ୍ଲ୍ୟୁଇ ଇରେ ଅନେକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳେ । ଅନେକ କିଛି ଏପରି ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଦୁର୍ଦ୍ଦଶ ରେସଲର୍ ଅଣ୍ଡରଟେକରଙ୍କ ଏପରି କିଛି କରିଥିଲେ ଯାହା ଅନେକଙ୍କ ପାଇଁ ଅଜଣା ।  ସେ ତାଙ୍କର ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ବ୍ରକ୍ ଲାଜନରଙ୍କ ପତ୍ନୀଙ୍କୁ ଅପହରଣ କରି ନେଇଥିଲେ ।

{"id":272785,"width":746,"height":442,"sizeSlug":"large"}

ବ୍ରକ୍ ଯେବେ ବିବାହ କରିଥିଲେ ତାଙ୍କ ପତ୍ନୀ ସେବଲଙ୍କ ଉପରେ ଡବ୍ଲ୍ୟୁ ଡବ୍ଲ୍ୟୁ ଇର ସମସ୍ତ ରେସଲର୍ ପାଗଳ ଥିଲେ । ଏମାନଙ୍କ ମଧ୍ୟରେ ଡେଡ୍ ମ୍ୟାନ୍ ଅଣ୍ଡରଟେକର ମଧ୍ୟ ରହିଥିଲେ । ସେ ସେବଲଙ୍କ ପାଇଁ ପାଗଳ ହୋଇଯାଇଥିଲେ । ଏପରିକି ସେ ବ୍ରକଙ୍କୁ ଏତେ ଘୃଣା କରୁଥିଲେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଭଲ ପାଉଥିଲେ । ଜବରଦସ୍ତ ପ୍ରେମ ମଧ୍ୟ କରୁଥିଲେ । ରିଙ୍ଗରେ ଅନେକ ଥର ପ୍ରେମ ନିବେଦନ ମଧ୍ୟ କରୁଥିଲେ । କିନ୍ତୁ ଏଥିପାଇଁ ଅଡୁଆ ସାଜୁଥିଲେ ବ୍ରକ୍ ।

{"id":272786,"width":749,"height":483,"sizeSlug":"large"}

ଏକଦା ଅଣ୍ଡରଟେକର ସେବଲଙ୍କୁ ଅପହରଣ ମଧ୍ୟ କରିନେଇଥିଲେ । ଏପରିକି ସେ ସେବଲଙ୍କୁ ବିବାହ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେବଲ ଡେଡମ୍ୟାନଙ୍କ ପ୍ରସ୍ତାବକୁ ସ୍ୱୀକାର କରିନଥିଲେ । ସେବଲ ଏତେ ମାତ୍ରାରେ ସୁନ୍ଦର ଥିଲେ ଯେ ତାଙ୍କୁ ପ୍ଲେ ବୟ ପତ୍ରିକାରେ ୩ଥର ସ୍ଥାନ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.