ଫାଇଟିଂ ପାଇଁ ଅକ୍ଷୟ କୁମାରଙ୍କୁ ଚ୍ୟାଲେଞ୍ଜ କଲେ WWE ସୁପରଷ୍ଟାର ଅଣ୍ଡରଟେକର୍, ମଜାଦାର ଜବାବ ଦେଲେ ବଲିଉଡ ଖିଲାଡି

Published By : Prameya-News7 Bureau | June 19, 2021 IST

ନୂଆଦିଲ୍ଲୀ ୧୯/ ୦୬ : ବଲିଉଡର 'ଖିଲାଡି' ତଥା ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆରେ ଖୁବ ସକ୍ରିୟ। ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ଖିଲାଡିୟୋଂ କା ଖିଲାଡି' ୨୫ ବର୍ଷ ପୂରଣ କରିଛି । ଯାହାକୁ ନେଇ ଅକ୍ଷୟ ଏକ ବଡ଼ ରହସ୍ୟର ପର୍ଦ୍ଦାଫାସ କରିଛନ୍ତି । ଅକ୍ଷୟ କୁମାର କହିଛନ୍ତି ଯେ ସେ ଏହି ଫିଲ୍ମରେ ପ୍ରକୃତ ଅଣ୍ଡରଟେକରଙ୍କ ସହ ଲଢିନାହାଁନ୍ତି। ତେବେ ବର୍ତ୍ତମାନ ପ୍ରକୃତ ଅଣ୍ଡରଟେକର୍ ଅକ୍ଷୟଙ୍କୁ ଫାଇଟ ପାଇଁ ଚ୍ୟାଲେଞ୍ଜ କରିଛନ୍ତି । ଯାହାକୁ ନେଇ ଅକ୍ଷୟ ମଧ୍ୟ ଏକ ମଜାଳିଆ ଉତ୍ତର ଦେଇଛନ୍ତି ।

ବାସ୍ତବରେ, 'ଖିଲାଡିୟୋଂ କା ଖିଲାଡି'ର ୨୫ ବର୍ଷ ପୂରଣ ହେବା ପରେ ସୋସିଆଲ ମିଡିଆରେ ଏକ ମିମି ବେଶ ଭାଇରାଲ ହେବାରେ ଲାଗିଥିଲା ​​ଯେଉଁଥିରେ ଲେଖାଥିଲା ଯେ, 'ଯଦି ଆପଣ ଅଣ୍ଡରଟେକରଙ୍କୁ ପରାସ୍ତ କରିଛନ୍ତି, ତେବେ ହାତ ଉପରକୁ କରନ୍ତୁ । ଅକ୍ଷୟଙ୍କ ପୋଷ୍ଟରେ ୩ ଜଣ ଅନ୍ୟ ରେସଲରଙ୍କ ସହିତ ଅକ୍ଷୟ କୁମାରଙ୍କ ଫଟୋ ମଧ୍ୟ ଥିଲା । ଏଭଳି ପରିସ୍ଥିତିରେ ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ସେ ପ୍ରକୃତ ଅଣ୍ଡରଟେକରଙ୍କ ସହ ଲଢେଇ କରିନାହାନ୍ତି ।
ଅକ୍ଷୟ କୁମାରଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅଣ୍ଡରଟେକର୍ ଅକ୍ଷୟ କୁମାରଙ୍କୁ ଚ୍ୟାଲେଞ୍ଜ କରି ଲେଖିଥିଲେ, 'ହଁ ! ତମେ ଅସଲି ମ୍ୟାଚ ପାଇଁ ଯେତେବଳେ ପ୍ରସ୍ତୁତ ହୋଇଯିବ ମୋତେ ଜଣାଇବ।' ଅଣ୍ଟରଟେକରଙ୍କ ଏହି କମେଣ୍ଟର ମଜାଦାର ଉତ୍ତର ରଖିଛନ୍ତି ଅକ୍ଷୟ କୁମାର । ସେ କହିଛନ୍ତି, 'ପ୍ରଥମେ ମୋର ବୀମା ଯାଞ୍ଚ କରିବାକୁ ଦିଅ ଏବଂ ତାପରେ ମୁଁ ଆପଣଙ୍କୁ କହିବି।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.