ଭାରତ, ବାଂଲାଦେଶ ଓ ପାକିସ୍ତାନ ସମେତ ୧୪ ଦେଶର ଯାତ୍ରା ଉପରେ କଟକଣା ଲଗାଇଲା ୟୁଏଇ, ଜାଣନ୍ତୁ କାରଣ

Published By : Prameya-News7 Bureau | July 02, 2021 IST

ଦୁବାଇ ୦୨।୦୭: ସଂଯୁକ୍ତ ଆରବ ଅମିରାତ(ୟୁଏଇ) ସରକାର ଶୁକ୍ରବାର କୋଭିଡ୍-୧୯ ପ୍ରକୋପକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛି। ୟୁଏଇ ନିଜ ନାଗରିକଙ୍କ ଭାରତ ଓ ପାକିସ୍ତାନ ସହିତ ୧୪ ଦେଶର ଯାତ୍ରା ଉପରେ କଟକଣା ଲଗାଇଛି।

ୟୁଏଇ ବୈଦେଶିକ ଓ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରଣାଳୟ ଓ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧୀକରଣ ନିଜ ନାଗରିକଙ୍କ ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ଭିଏତନାମ, ନାମ୍ବିଆ, ଜାମ୍ବିଆ, କୋଙ୍ଗୋ,  ୟୁଙ୍ଗାଡା, ସିଏରା ଲିଓନ, ଲାଇବେରିଆ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ଯାତ୍ରା ଉପରେ କଟକଣା ଲଗାଇଛି।

ୟୁଏଇର ସମାଚାର ଏଜେନ୍ସି ଡବ୍ଲ୍ୟୁଏଏସ ମାଧ୍ୟମରେ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ଉପରୋକ୍ତ ଦେଶଗୁଡିକୁ କେବଳ ୟୁଏଇର ରାଜଦୂତ, ଜରୁରୀକାଳୀନ ମାମଲାର ଅଧିକାରୀ, ସରକାରୀ ପ୍ରତିନିଧିମଣ୍ଡଳ ଏବଂ ପୂର୍ବରୁ ଅଧିକୃତ ଉଦ୍ୟୋଗପତି ଓ ବୈଷେୟିକ ଟିମ୍ ଯାତ୍ରା କରି ପାରିବେ। ସାଧାରଣ ଯାତ୍ରୀଙ୍କ ଉପରୋକ୍ତ ଦେଶକୁ ଯାତ୍ରା ପାଇଁ କଟକଣା ଲଗାଇଛି।

ୟୁଏଇରେ ଗୁରୁବାର କୋଭିଡ୍-୧୯ର ୧୬୭୫ ନୂତନ କେସ୍ ସାମ୍ନାକୁ ଆସିଥିବା ବେଳେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। ୟୁଏଇରେ ଜୁଲାଇ ୧ ସୁଦ୍ଧା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬,୩୪, ୫୮୨ ରହିଥିବା ବେଳେ ୧୮୧୯ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.