କରୋନା ଭାଇରସ୍ ସଂକ୍ରମଣ ଲାଗି ଚୀନ୍‌କୁ ଦାୟୀ କଲେ ଆମେରିକୀୟ ଆଇନ୍‌ଜୀବି, ବେଜିଂ ବିରୋଧରେ କଲେ ୨ ହଜାର କୋଟି ଡଲାରର ମୋକଦ୍ଦମା

Published By : Prameya-News7 Bureau | March 25, 2020 IST

ଓ୍ବାଶିଂଟନ୍ ୨୫।୩: ଆମେରିକାର ଆଇନଜୀବୀ ଲ୍ୟାରି କେଲମାନ ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ପାଇଁ ଚୀନ୍‌କୁ ଦାୟୀ କରିଛନ୍ତି ଏବଂ ସେଥିଲାଗି ଚୀନ୍  ବିରୋଧରେ ୨୦୦ ଟ୍ରିଲିୟନ ଡଲାର ବା ୨ ହଜାର କୋଟି ଡଲାରର ମୋକଦ୍ଦମା ଦାୟର କରିଛନ୍ତି। ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଚୀନ୍‌ର ବିଶ୍ବର ୩.୩୪ ଲକ୍ଷ ଲୋକଙ୍କୁ ଏହି ଭାଇରସ୍ ଦ୍ବାରା ସଂକ୍ରମିତ କରିଥିବା ଅଭିଯୋଗ ଲଗାଯାଇଛି ।

ଟେକ୍ସାସର ଏକ କମ୍ପାନୀରେ ଫ୍ରିଡମ୍ ୱାଚ୍ ନାମକ ଏକ ନଜର ରଖୁଥିବା ଗୋଷ୍ଠୀର ଓକିଲାତି କରୁଥିବା କେଲମାନ ଟେକ୍ସାସର ଉତ୍ତର ଜିଲ୍ଲାର ଏକ କୋର୍ଟରେ ମକଦ୍ଦମା ଦାୟର କରି ଅଭିଯୋଗ ଲଗାଇଛନ୍ତି ଯେ, ଏହି ଭାଇରସ୍ କୁ ଚୀନ୍ ଯୁଦ୍ଧର ଜୈବିକ ଅସ୍ତ୍ର ଭାବରେ ତିଆରି କରିଛି ଏବଂ ଏହାକୁ ଆଗକୁ ବଢାଇ ଆମେରିକାର ଆଇନ, ଆନ୍ତର୍ଜାତୀୟ ଆଇନ, ଚୁକ୍ତିନାମା ଏବଂ ମାନଦଣ୍ଡର ଉଲ୍ଲଂଘନ କରୁଛି |

ଏହି ମକଦ୍ଦମାରେ ଦର୍ଶାଯାଇଛି ଯେ, ଚୀନ୍ ଏଭଳି ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ସହମତି ପ୍ରକାଶ କରିଥିଲା ଏବଂ ଏହାକୁ ଚୀନ୍‌ର ଅଧିକାରିକ ସରକାରୀ କାର୍ଯ୍ୟର ଅଂଶବିଶେଷ ଭାବରେ ବିବେଚନା କରାଯାଇପାରିବ ନାହିଁ।

ଲାବୋରେଟୋରୀ ଭିତରେ ଏହି ଭାଇରସ୍ କୁ ସୃଷ୍ଟି କରିବାର ଉଦ୍ଦେଶ୍ୟ ଚୀନ୍ ର ଶତ୍ରୁ ବିବେଚନା କରାଯାଉଥିବା ଆମେରିକାର ନାଗରିକ, ଅନ୍ୟ ବ୍ୟକ୍ତିବିଶେଷ ଏବଂ ସଂସ୍ଥାଗୁଡିକୁ ଶେଷ କରିବା ବୋଲି ଅଭିଯୋଗ ହୋଇଛି।

ମକଦ୍ଦମା ଅନୁଯାୟୀ, କୋଭିଡ-୧୯ ଏକ ଅତ୍ୟନ୍ତ ବିପଜ୍ଜନକ ଏବଂ ଆକ୍ରମଣାତ୍ମକ ପ୍ରକୃତିର ଏକ ରୋଗ, ଯାହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବା ପାଇଁ ଡିଜାଇନ୍ କରାଯାଇଥିଲା।

ଏହି ଭାଇରସ୍ ଅତି ଶୀଘ୍ର ଏବଂ ସହଜରେ ବ୍ୟାପିଥାଏ । ତେଣୁ ଏଥିରୁ ସୁରକ୍ଷା ପାଇବା ପାଇଁ କୌଣସି ଟୀକା ମଧ୍ୟ ନାହିଁ| ଏକ ପ୍ରଭାବଶାଳୀ ଏବଂ ବିନାଶକାରୀ ଜୈବିକ ଯୁଦ୍ଧ ଅସ୍ତ୍ର ଭାବରେ ବୃହତ୍ତ ଜନସଂଖ୍ୟାକୁ ମାରିବା ପାଇଁ ଏହା ଡିଜାଇନ୍ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.