ପାକିସ୍ତାନରେ ପ୍ରତ୍ନତାତ୍ତ୍ବିକ ଖନନ : ମିଳିଲା ହିନ୍ଦୁ ଧର୍ମ ସହ ଜଡ଼ିତ ଏହି ସବୁ ଜିନିଷ
23/09/2019 at 11:55 AM

ଏହି କଥା ତ ଆପଣ ବି ଶୁଣିଥିବେ ଯେ ଭଗବାନ ସବୁଠି ଅଛନ୍ତି ଭାରତ ହେଉ କିମ୍ବା ପାକିସ୍ତାନ। ଆପଣ ଭାବୁଥିବେ ଯେ ଆମେ ପାକିସ୍ତାନ କଥା କାହିଁକି କହୁଛୁ । ଏହାର କାରଣ ହେଉଛି ଯେ ପାକିସ୍ତାନର ଏକ ମନ୍ଦିରରୁ ଖନନ ସମୟରେ କେତେକ ବହୁମୂଲ୍ୟ ମୂର୍ତ୍ତି ମିଳିଛି ଯାହା ବିଷୟରେ ଶୁଣିଲେ କାହାକୁ ବିଶ୍ବାସ ହେବ ନାହିଁ।

ସୂଚନା ଅନୁଯାୟୀ, ଏହି ମୂର୍ତ୍ତି କରାଚୀର ସୋଲଜର ବଜାରର ପ୍ରସିଦ୍ଧ ଶ୍ରୀ ପୁଞ୍ଜ ମୁଖୀ ହନୁମାନ ମନ୍ଦିରର ଖନନ ସମୟରେ ମିଳିଛି। ଏହି ପ୍ରାଚୀନ ମୂର୍ତ୍ତିଗୁଡ଼ିକ ଅତ୍ୟନ୍ତ ମୂଲ୍ୟବାନ ବୋଲି ଜଣା ପଡ଼ିଛି।

ଏହି ମୂର୍ତ୍ତିଗୁଡ଼ିକ ହଳଦିଆ ରଙ୍ଗର ପଥରରେ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ସିନ୍ଦୁର ଦାଗ ରହିଥିବା ଦେଖାଯାଇଛି। ଏହା ବ୍ୟତୀତ ଖନନ ସମୟରେ ଏହି ମୂର୍ତ୍ତିଗୁଡ଼ିକ ସହ ଏକ ଯଜ୍ଞକୁଣ୍ଡ ଏବଂ ଛୋଟ ସୁଡ଼ଙ୍ଗ ମିଳିଛି ଯେଉଁଥିରେ ଅସ୍ଥି କଳଶ ମିଳିଛି। କୁହାଯାଉଛି ଯେ ଏହା କୌଣସି ସାଧୁ ସନ୍ଥଙ୍କର କାରଣ ଏହି କଳଶ ପାଖରେ ବ୍ୟକ୍ତିଙ୍କ କେତେକ ବ୍ୟକ୍ତିଗତ ଜିନିଷ ମିଳିଛି। ଖନନ କରୁଥିବା ବ୍ୟକ୍ତିମାନେ କହିଛନ୍ତି ଏଗୁଡ଼ିକ ଦେଖି ଲାଗୁଛି ଏହା ୧୫୦୦ବର୍ଷ ପୁରୁଣା ।
