Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ସାମ୍ନାକୁ ଆସିଲା ‘ଆରୋଗ୍ୟ ସେତୁ’ ଆପ୍‌ର ସତ, ଶେଷରେ ସରକାର ରଖିଲେ ସ୍ପଷ୍ଟୀକରଣ

29/10/2020 at 10:54 AM

ନୂଆଦିଲ୍ଲୀ ୨୯/୧୦: ‘ଆରୋଗ୍ୟ ସେତୁ’ ଆପ୍ କିଏ ତିଆରି କରିଛି? ଏନେଇ ଜାତୀୟ ସୂଚନା କମିଶନ ସହ ବିବାଦ ଉପୁଜିବା ପରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ଏବେ ସାମ୍ନାକୁ ଆସିଛି। ସରକାର କହିଛନ୍ତି କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ସାର୍ବଜନିକ ଘରୋଇ ସହଯୋଗ ଦ୍ବାରା ଆରୋଗ୍ୟ ସେତୁ ଆପ୍ ତିଆରି କରାଯାଇଛି। ଏହା ସହ ଏହାକୁ ଖୁବ ପାରଦର୍ଶୀ ଭାବେ ବିକଶିତ କରାଯାଇଥିଲା। ସରକାର କହିଛନ୍ତି ଆରୋଗ୍ୟ ସେତୁ ଆପକୁ ପ୍ରାୟ ୨୧ ଦିନରେ ବିକଶିତ କରାଯାଇ ଥିଲା। ସରକାରଙ୍କ ତରଫରୁ କୁହାଯାଇଥିଲା ଆରୋଗ୍ୟ ସେତୁ ଆପରେ କୌଣସି ସନ୍ଦେହ ସୃଷ୍ଟି ହେବା କଥା ନୁହେଁ ଓ ଭାରତରେ କୋଭିଡ ମହାମାରୀ ରୋକିବା ଦିଗରେ ଏହାର ଗୁରୁତ୍ବପୂଣ୍ଣ ଭୂମିକା ରହିଛି।

କେନ୍ଦ୍ର ସୂଚନା କମିଶନ ମଙ୍ଗଳବାର ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି)କୁ ଉତ୍ତର ମାଗିଥିଲା ଯେ ଆରୋଗ୍ୟ ସେତୁ ଆପରେ ତାଙ୍କ ନାଁ ଅଛି କି ନାହିଁ। ଯଦି ଅଛି ତାହେଲେ ଆପ୍ ଡେଭଲପମେଣ୍ଟକୁ ନେଇ ସବିଶେଷ ତଥ୍ୟ କାହିଁକି ନାହିଁ। ତେଣୁ ଏନଆଇସି ଓ ବିଭିନ୍ନ ମୁଖ୍ୟ ସୁଚନା ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା ସିଆଇସି ।

ସୂଚନାଯୋଗ୍ୟ କରୋନାଭାଇରସ ମଧ୍ୟରେ କଣ୍ଟାକ୍ଟ ଟ୍ରେସିଂ ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପକୁ ଅଗ୍ରାଧିକାର ଦିଆଯାଇଥିଲା। ତେବେ ଆରୋଗ୍ୟ ସେତୁ ଆପ ଓ୍ବେବସାଇଟ କହୁଛି ଏହାକୁ ନାସନାଲ ଇନଫରମେଟିକ୍ସ ସେଣ୍ଟର ଓ ଆଇଟି ମନ୍ତ୍ରାଳୟ ବିକଶିତ କରିଥିଲା।

   Related Posts