Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଦଳୀ ବୋଝେଇ ଗାଡିର କଣ୍ଟ୍ରୋଲ ଫେଲ ମାରିଲା, ଟ୍ରକକୁ ଦେଲା ଧକ୍କା : ୨ ମୃତ, ଜଣେ ଗୁରୁତର

3/05/2020 at 5:19 PM

ଯାଜପୁର୩/୫: ୧୬ନଂ ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ଦୁର୍ଘଟଣା। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା।

ଏହି ଗାଡ଼ିରେ ଡ୍ରାଇଭର ଓ ହେଲପରଙ୍କ ସମେତ ଅନ୍ୟ ଜଣେ ଯୁବକ ଥିଲେ।ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଗାଡିର ହେଲପରର ମୃତ୍ୟୁ ଘଟିଛି। ମୃତ ହେଲପର ଜଣକ ଟାଟା ଜାମସେଦପୁର ଗରିବନବାଜ ଅଂଚଳର ଏସ.କେ ରାଜୁ ବୋଲି ଜଣାପଡିଛି।

ଗୁରୁତର ହୋଇଥିବା ଡ୍ରାଇଭର ମହମ୍ମଦ ହାପିଜଙ୍କୁ କଟକ ମେଡିକାଲକୁ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଂଚି ତଦନ୍ତ ଚଳାଇଛି। ତେବେ କଦଳୀ ବୋଝେଇ ଗାଡ଼ିରେ ମୃତ ଯୁବକ ଜଣକ ଲିଫ୍ଟ ଅବା ଭଡା ଦେଇ ଆସିଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ।

   Related Posts