Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କୃଷକ ଆନ୍ଦୋଳନ ସମର୍ଥନରେ ଆଗକୁ ଆସିଲେ ଟ୍ରକ ମାଲିକ ସଂଘ, ଡିସେମ୍ବର ୮ରୁ ଆବଶ୍ୟକ ବସ୍ତୁର ପରିବହନ ରୋକିବାକୁ ଦେଲେ ଧମକ

2/12/2020 at 7:34 PM

ନୂଆଦିଲ୍ଲୀ ୦୨।୧୨: ନୂତନ କୃଷି ଆଇନ୍‌କୁ ନେଇ ଜାରି କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଗକୁ ଆସିଛନ୍ତି  ଟ୍ରାନ୍ସପୋର୍ଟର ବା ଟ୍ରକ ମାଲିକ। କୃଷକଙ୍କ ଦାବି ପୂରଣ ନହେଲେ ଆଗାମୀ ଡିସେମ୍ବର ୮ରୁ ଦେଶବ୍ୟାପୀ ହଡତାଳ କରିବାକୁ ଟ୍ରାନ୍ସପୋର୍ଟର ଧମକ ଦେଇଛନ୍ତି। ଟ୍ରାନ୍ସପୋର୍ଟ ୟୁନିୟନ କୃଷକ ଆନ୍ଦୋଳନର ସମର୍ଥନ କରି ବୁଧବାର ଉତ୍ତର ଭାରତୀୟ ରାଜ୍ୟ ଏବଂ ପରେ ପୂରା ଦେଶରେ ଆବଶ୍ୟକ ବସ୍ତୁର ପରିବହନ ରୋକିବାକୁ ଧମକ ଦେଇଛନ୍ତି।

ପ୍ରାୟ ଏକ କୋଟି ମାଲବାହୀ ଟ୍ରକର ପ୍ରତିନିଧିତ୍ଵ କରୁଥିବା ସର୍ବୋଚ୍ଚ ଟ୍ରାନ୍ସପୋର୍ଟ ସଂସ୍ଥା ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ(AIMTC) କୃଷକ ଆନ୍ଦୋଳନ ସମର୍ଥନରେ ଡିସେମ୍ବର ୮ରେ ହଡତାଳ କରିବାକୁ ଆହ୍ଵାନ କରିଛନ୍ତି।

AIMTCର ସଭାପତି କୁଲତାରନ ସିଂହ ଅଟଓ୍ଵାଲ କହିଛନ୍ତି, ଡିସେମ୍ଵର ୮ରୁ ଆମେ ଉତ୍ତର ଭାରତରେ ନିଜର ସମସ୍ତ କାର୍ଯ୍ୟ ବନ୍ଦ କରିବୁ ଏବଂ ଆମର ସମସ୍ତ ବାହାନକୁ ଉତ୍ତର ଭାରତୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜାମ୍ମୁରେ ଚକାଜାମ କରି ଦେବୁ। ସଂଗଠନ ସ୍ଥିର କରିଛି ଯେ, ଯଦି ସରକାର କୃଷକଙ୍କ ଦାବି ପୂରଣ କରିବେ ନାହିଁ ତେବେ ଆମେ ସମଗ୍ର ଦେଶରେ ଚକା ଜାମ ପାଇଁ ଆହ୍ଵାନ କରିବୁ ଏବଂ ସମସ୍ତ ଗାଡିକୁ ରୋକି ଦେବୁ।

AIMTC ବିବୃତ୍ତି ଜାରି କରି କହିଛି, ଟ୍ରାନ୍ସପୋର୍ଟର କୃଷକ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି। କୃଷକ ଭାଇ ନିଜର ନ୍ୟାୟ ପାଇଁ ଲଢେଇ  କରୁଛନ୍ତି। ଭାରତର ସଡକ ପରିବହନ କ୍ଷେତ୍ର ପରି କୃଷି ବାସ୍ତବରେ ଦେଶର ମେରୁଦଣ୍ଡ ଓ ଜୀବନ ରେଖା। ଦେଶର ୭୦ ପ୍ରତିଶତ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ। ସଂପୂର୍ଣ୍ଣ ଉତ୍ତର ଭାରତର ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ,  ଜାମ୍ମୁ-କାଶ୍ମୀରରୁ ଆସୁଥିବା ଟ୍ରକ ପ୍ରଭାବିତ ହୋଇଛନ୍ତି। ଆମେ ଚାଷୀ ଭାଇଙ୍କୁ ସମର୍ଥନ କରୁଛୁ, କାରଣ ୬୫ ପ୍ରତିଶତ ଟ୍ରକ କୃଷିଜାତ ସାମଗ୍ରୀର ପରିବହନ କରନ୍ତି।

   Related Posts