ସାମ୍ନାରୁ ଆସୁଥିଲା ଟ୍ରେନ୍, ରେଳ ଟ୍ରାକରେ ଫସିଥିବା ସ୍କୁଟିକୁ ବାହାର କରୁଥିଲେ ଯୁବକ, ଆଉ ତା ପରେ…

Published By : Prameya-News7 Bureau | June 10, 2021 IST

ଜାମନଗର ୧୦/ ୦୬ : ସାମ୍ନାରୁ ଆସୁଥିଲା ଦୃତଗାମୀ ଟ୍ରେନ । ଏପଟେ ରେଳ ଧାରଣାରେ ଫସିଯାଇଥିଲା ଜଣେ ବ୍ୟକ୍ତିଙ୍କ ସ୍କୁଟି । ସମସ୍ତ ଚଷ୍ଟା ସତ୍ତ୍ବେ ରେଳ ଧାରଣାରୁ ବାହାରକୁ ଆସୁନଥିଲା ସ୍କୁଟି । ଗୁଜରାଟର ଜାମନଗରରୁ ଚକିତ କଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

पटरी के बीच से स्कूटर न‍िकालने का प्रयास, सामने से आ रही थी ट्रेन
aajtak


ସୂଚନା ମୁତାବକ, ଯୁବକଜଣକ ରେଳ ଲାଇନ ଦେଇ ଯାଉଥିଲେ । ଟ୍ରାକ ଫାଙ୍କା ଥିବାରୁ ଦୁଃସାହସ ପ୍ରଦର୍ଶନ କରି ସ୍କୁଟି ନେଇ ଯାଉଁଥିଲେ । କିନ୍ତୁ ହଠାତ୍ ବିପରୀତ ଦିଗରୁ ମାଡି ଆସିଥିଲା ଏକ ଦୃତଗାମୀ ଏକ୍ସପ୍ରେସ୍‌ । ଯୁବକଜଣକ କଣ କରିବେ ତାହା ପ୍ରଥମେ ବୁଝି ପାରିନଥିଲେ । ହଡବଡେଇ ଯାଇ ସେ ତରବରିଆ ଭାବେ ସ୍କୁଟିରୁ ଓଲ୍ହାଇ ରେଳ ଧାରଣାର ବାହାରକୁ ଚାଲିଯିବାକୁ ଉଦ୍ୟଥ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ରେଳ ଧାରଣାରେ ସ୍କୁଟିଟି ଫସି ଯାଇଥିଲା ।

पटरी के बीच से स्कूटर न‍िकालने का प्रयास, सामने से आ रही थी ट्रेन
aajtak


ନିଜ ଜୀବନକୁ ବାଜି ଲଗାଇ ଖୁବ ଚେଷ୍ଟା କରିବା ସତ୍ତ୍ବେ ତାଙ୍କ ଗାଡିଟି ଟ୍ରାକରୁ ବାହାରକୁ ବାହାରିନଥିଲା । ତେବେ ଅନ୍ତିମ ପ୍ରୟାସ ବିଫଳ ହେବା ଏବଂ ଟ୍ରେନ ପାଖେଇ ଆସିବାରୁ ଯୁବକଜଣକ ସ୍କୁଟି ଛାଡି ଦୌଡି ପଳାଇଥିଲେ । ରେଳ ଧାରଣାରେ ଫସିଥିବା ସ୍କୁଟିକୁ ଦୃତଗାମୀ ଟ୍ରେନ ପ୍ରାୟ ୧୦୦ ମିଟର ଯାଏଁ ଘୋଷାଡି ନେଇଥିଲା । ଏହି ଦୁର୍ଘଟଣାରେ ଟ୍ରେନଟି ମଧ୍ୟ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା । ସ୍କୁଟିକୁ ଧକ୍କା ଦେବାପରେ ଏହାର ଭଗ୍ନାଂଶ ଟ୍ରେନର ଇଂଞ୍ଜିନ ମଧ୍ୟରେ ଫସିଯାଇଥିଲା । ଯାହା ଫଲରେ ଟ୍ରେନଟି ମଧ୍ୟ ବେଶ କିଛି ସମୟ ପାଇଁ ଧାରଣାରେ ଅଟକି ରହିଥିଲା । ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ରେଲଓ୍ବେ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।

पटरी के बीच से स्कूटर न‍िकालने का प्रयास, सामने से आ रही थी ट्रेन
aajtak

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.