ଯାତ୍ରୀଙ୍କୁ ଆଉ ହନ୍ତସନ୍ତ ହେବାକୁ ପଡ଼ିବନି, ଟ୍ରେନରେ ବଢ଼ିବ ସିଟ୍ ସଂଖ୍ୟା...

Published By : Prameya-News7 Bureau | July 12, 2019 IST

 ନୂଆଦିଲ୍ଲୀ୧୨|୭: ସାଧାରଣତଃ ଟ୍ରେନରେ ଯିବା ସମୟରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସିଟ୍ ର ସମସ୍ୟା ତ କେତେବେଳେ ଟିକେଟ କନଫର୍ମ ନହେବା ହେତୁ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳରେ ପହଁଞ୍ଚି ପାରନ୍ତି ନାହଁ। ଏମିତି ଅନେକ ସମସ୍ୟା ରହିଛି। ଆସନ୍ତା ଅକ୍ଟୋବର ମାସରୁ ଏହି ଟ୍ରେନ ଜନିତ ସମସ୍ୟାରୁ ତ୍ରାହି ପାଇବେ।

 ଅକ୍ଟୋବର ମାସରୁ ପ୍ରତ୍ୟେକ ଦିନ ୪ ଲକ୍ଷ ଅତିରିକ୍ତ ସିଟ ମିଳିବ। ଏଥିପାଇଁ ବୈଷୟିକ  ଜ୍ଞାନକୌଶଳ ଗ୍ରହଣ କରାଯିବ। ଏହି ଟ୍ରେନ ଉପରେ ଯାଇଥିବା ଲାଇନ ତାରରେ ଶକ୍ତି ଭରଣ କରାଯିବ। ଏଥିସହ ଓ୍ବାର ଟ୍ରେନ ପରିବର୍ତେ ଜେନେଟର କୋଚ୍ କରାଯିବ ବୋଲି ବୁଧବାର ରେଳବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣ ଭାବୁଥିବେ ଯେ ଏହା କିପରି ସମ୍ଭବ?

 ସର୍ବପ୍ରଥମେ ଟ୍ରେନ ସିଟ୍ ବୃଦ୍ଧି କରିବାକୁ ହେଲେ ନୂତନ ଜ୍ଞାନକୌଶଳ ଆପଣାଇବାକୁ ପଡ଼ିବ। ପୂର୍ବରୁ ଜାଣିଥିଲେ, ସାଧାରଣତଃ ଗୋଟିଏ ଟ୍ରେନରେ ଦୁଇଟି ଜେନେଟର ରହିଥାଏ। ଯାହାକି ଟ୍ରେନର ଅନ୍ୟସ୍ଥାନକୁ ମଧ୍ୟ କଭର କରିଥାଏ। ତେଣୁ ଏହି ନୂତନ ଜ୍ଞାନକୌଶଳ ଆପଣାଇବା ଦ୍ବାରା ଟ୍ରେନରେ ଯାତ୍ରୀମାନେ ସୁରୁଖୁରୁରେ ଯା, ଆସ କରିବେ ବୋଲି ରେଳ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ କହିଛନ୍ତି।

 ନୂତନ ନିର୍ମିତ ଟ୍ରେନରେ ରହିବ ଜରୁରୀକାଳୀନ ସିଟ୍। ଏହା ଲମ୍ବା ଓ ଚଉଡ଼ା ମଧ୍ୟ ରହିବ। ପାଞ୍ଚ ହଜାର ଟ୍ରେନ ବଗିକୁ ପରିବର୍ତ୍ତନ କରି ସହ ନୂତନ ଢ଼ାଞ୍ଚାରେ ନିର୍ମିତ କରାଯିବ। ଏହି ଟ୍ରେନ ଡ଼ିଜେଲରେ ଚାଲିବ। ଏହା ବାବଦକୁ ବର୍ଷକୁ ୬ ହଜାର କୋଟି ଟଙ୍କାର ଡ଼ିଜେଲ ଖର୍ଚ୍ଚ ହେବା ସହ ବାର୍ଷିକା ଆୟ ମଧ୍ୟ ବୃଦ୍ଧି ହେବ। ଡିଜେଲ ଦ୍ବାରା ଏସି ମଧ୍ୟ ସବୁ ବଗିରେ ଚାଲିବ। ଏସି ଚଳାଇବା ପାଇଁ ଘଣ୍ଟାପ୍ରତି ୬୫-୭୦ ଲିଟର ଡ଼ିଜେଲ ଆବଶ୍ୟକ ।

 ଏହାଦ୍ବାରା ପରିବେଶ ଦୂଷିତ ଓ ବାୟୁ ପ୍ରଦୂଷଣ ହେବ ନାହିଁ। ଏହି ନୂତନ ରଣକୌଶଳ ଦ୍ବାରା ଅଙ୍ଗାରକାମ୍ଳ ମଧ୍ୟ ହ୍ରାସ ହେବା ସହି  ବର୍ଷକୁ ୭ ଟନ ନିର୍ଗତ ହେଉଥିବା ଏହି ଗ୍ୟାସକୁ ମଧ୍ୟ ରୋକା ଯାଇପାରିବ। ଏନେଇ ରେଳମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ୨୦୧୮-୧୯ ଅର୍ଥିକ ବର୍ଷରେ ୧.୨୭ ଲକ୍ଷ କୋଟି ରେଳବିଭାଗରୁ ଆୟ କରାଯାଇଛି। ଯେଉଁଠି କି ୨୦୧୭-୧୮ ଅର୍ଥିକ ବର୍ଷରେ ରେଳ ବିଭାଗରୁ ୧.୧୭ ଲକ୍ଷ ଓ୨୦୧୬-୧୭ ଆର୍ଥିକ ବର୍ଷରେ ୧.୦୪ କୋଟି ଟଙ୍କା ରେଳ ବିଭାଗରୁ ଆୟ କରାଯାଇଛି।

 ଏଥିସହ ଆସନ୍ତା ଅକ୍ଟୋବର  ନୂଆ ଧାରା ଗ୍ରହଣ କରାଯିବା ସହ ୫ ହଜାର ବଙ୍ଗୀ ନବକଳେବର କରାଯିବ ବୋଲି ରେଳମନ୍ତ୍ରୀ ପୀୟୂଷ କହିଛନ୍ତି। ଏଥିସହ ଟ୍ରେନରେ ସିଟ ସଂଖ୍ୟା ବୃଦ୍ଧି ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.