ଚଣ୍ଡୀଖୋଲ ୨୮/୦୫ : କୋଇଲା ବୋଝେଇ ଟ୍ରେନ ବଗିରୁ ବାହାରୁଚି ଧୂଆଁ। ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନ ବଗିରୁ କୋଇଲାରେ ନିଆଁ ଲାଗି ଧୂଆଁ ବାହାରୁଚି। କୋଇଲା ବୋଝେଇ ଟ୍ରେନଟି ଖୋର୍ଦ୍ଦାରୁ ଯଖପୁରା ଯାଉଥିବା ସମୟରେ ହରିଦାସପୁରରେ ଟ୍ରେନର ତିନୋଟି ବଗିରୁ ଧୂଆଁ ବାହାରୁଥିବା ଦେଖାଯାଇଛି।
ଅତ୍ୟଧିକ ତାପମାତ୍ରା ପାଇଁ କୋଇଲାରେ ନିଆଁ ଲାଗି ଧୂଆଁ ବାହାରୁଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରେଳ କର୍ମଚାରୀମାନେ ଉପସ୍ଥିତ ଥିବାବେଳେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି। ଅତ୍ୟଧିକ ଉତ୍ତାପ ପାଇଁ କୋଇଲାରେ ନିଆଁ ଲାଗି ଲାଗିଥିଲା ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।