ଫିଲ୍ମ ଇତିହାସରେ ପ୍ରଥମ: IPL 2022ର ଫାଇନାଲ୍‌ରେ ଲଞ୍ଚ୍ ହେବ 'ଲାଲ ସିଂହ ଚଡ୍ଡା'ର ଟ୍ରେଲର

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ: ଅଭିନେତା ଅମିର ଖାନ ଏବଂ କରୀନା କପୁର ଖାନଙ୍କ ଆଗାମୀ ଚଳଚ୍ଚିତ୍ର ଲାଲ ସିଂହ ଚଡ୍ଡା ସଂପ୍ରତି ଖୁବ୍ ଚର୍ଚ୍ଚାରେ। ଅମିର ଖାନ ସର୍ବଦା ନିଜ ଫିଲ୍ମର ଏକ ଭିନ୍ନ ଧରଣରେ ପ୍ରମୋସନ କରିଥାଆନ୍ତି। ପୁଣି ଥରେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ କିଛି ସ୍ଵତନ୍ତ୍ର କରିବାକୁ ଯାଉଛନ୍ତି। ଏଥର ଆଇପିଏଲ ୨୦୨୨ର ଫାଇନାଲ୍ କିଛି ଖାସ୍ ହେବାକୁ ଯାଉଛି, କାରଣ ମ୍ୟାଚ୍‌ରେ ଅମିର-କରୀନାଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାର ଟ୍ରେଲର ଲଞ୍ଚ ହେବ।

କ୍ରିକେଟ୍ ଏବଂ ସିନେ ପ୍ରେମୀଙ୍କୁ ଉପହାର

ଅମିର ଖାନଙ୍କଠୁ ପ୍ରତି ଥର କିଛି ନୂତନତ୍ଵ ଦେଖିବା ଲୋକଙ୍କ ପାଇଁ ଖାସ୍ ହୋଇଗଲାଣି। ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ ହେଉ କି ରୋଚକ ବିଷୟ ବସ୍ତୁ ହେଉ, ଫିଲ୍ମର ପ୍ରଚାର ଭିନ୍ନ ଶୈଳୀରେ ହେଉ ସବୁଥିରେ ଆମିର ଖାନ ନିଜର ସ୍ଵତନ୍ତ୍ର ଛାପ ଛାଡିବାକୁ ଚେଷ୍ଟା କରିଥାନ୍ତି। ତେଣୁ ସୁପରଷ୍ଟାର ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ 'ଲାଲ ସିଂହ ଚଡ୍ଡା'ର ଟ୍ରେଲର ଲଞ୍ଚ ପାଇଁ ଏକ ଅଭିନବ  ଯୋଜନା କରିଛନ୍ତି। ଯାହା ଆଧାରରେ ମେ ୨୯ରେ ସମସ୍ତ କ୍ରିକେଟ୍ ଏବଂ ସିନେ ପ୍ରେମୀଙ୍କୁ ବଡ ସରପ୍ରାଇଜ ମିଳିବ। କାରଣ ଆଇପିଏଲର ଉଦଯାପନୀରେ'ଲାଲ ସିଂହ ଚଡ୍ଡା'ର ଟ୍ରେଲର ଲଞ୍ଚ ହେବ।

ଆଇପିଏଲର ଉତ୍ସାହର ଫାଇଦା ନେବା ପାଇଁ 'ଲାଲ ସିଂହ ଚଡ୍ଡା'ର ନିର୍ମାତା ଜାଣିଶୁଣି  ନିଜର ଫିଲ୍ମର ଟ୍ରେଲର ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସିନେମା ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ ଆଶ୍ଚର୍ଯ୍ୟକର  ଘଟଣା ହେବାକୁ ଯାଉଛି। ସୂତ୍ର ଅନୁଯାୟୀ, ଏହା ମାର୍କେଟିଂ ଏବଂ  ବିଜ୍ଞାପନ ଦୁନିଆର ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି ଯେଉଁଠି ଦର୍ଶକ କ୍ରିକେଟ୍ ମ୍ୟାଚ୍ ସମୟରେ ଏକ ଫିଲ୍ମର ଲାଇଭ୍ ଟ୍ରେଲର ଦେଖିବେ। 

ଟ୍ରେଲର ମେ ୨୯ରେ ଖେଳାଯିବାକୁ ଥିବା ଫାଇନାଲ୍‌  ମ୍ୟାଚର ଦ୍ଵିତୀୟ ଷ୍ଟାଟେଜିକ୍ ଟାଇମ୍ ଆଉଟ୍ ସମୟରେ ଷ୍ଟାର ସ୍ପୋର୍ଟ୍ସରେ ସିଧା ପ୍ରସାରଣ ହେବ। ଏହା ବିଜ୍ଞାପନ ଏବଂ ମାର୍କେଟିଂ ଦୁନିଆରେ ଏକ କ୍ରାନ୍ତି ଏବଂ ନୂତନ ବେଞ୍ଚମାର୍କ ସ୍ଥାପନ କରିବ।  ପ୍ରଥମ ଥର କୌଣସି ଫିଲ୍ମର ଓ୍ଵାର୍ଲ୍ଡ ଟେଲିଭିଜନ ପ୍ଲାଟଫର୍ମ ଏବଂ ଓ ସ୍ପୋର୍ଟ୍ସ ଓ୍ଵାର୍ଲ୍ଡରେ ଏକ ଭବ୍ୟ ଟ୍ରେଲର ଲଞ୍ଚ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.