ରିଲିଜ୍ ହେଲା ‘ଛପାକ’ ଫିଲ୍ମର ଟ୍ରେଲର: ଦୀପିକାଙ୍କ ଡାଇଲଗ୍ ଶୁଣିଲେ ଲୋମ ଟାଙ୍କୁରି ଉଠିବ..

Published By : Prameya-News7 Bureau | December 10, 2019 IST

ନୂଆଦିଲ୍ଲୀ୧୦/୧୨: ବହୁ ପ୍ରତୀକ୍ଷିତ ‘ଛପାକ’ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଏସିଡ୍‌ ଆକ୍ରମଣରେ ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ କାହାଣୀ ‘ଛପାକ’ ଫିଲ୍ମ ମାଧ୍ୟମ​‌ରେ ଦର୍ଶକ ଦେଖି ପାରିବେ। ଛପାକ ଫିଲ୍ମ​‌ରେ ମାଳତୀଙ୍କ ଭୂମିକାରେ ଦୀପିକା ପାଦୁକୋନ ଅଭିନୟ କରିଛନ୍ତି। ମାଳତୀଙ୍କ ସଂଘର୍ଷମୟ କାହାଣୀ କିପରି ରହିଛି ତାହା ଫିଲ୍ମର ଟ୍ରେଲରରୁ ଜଣାପଡ଼ିଛି। ଏସିଡ଼୍‌ ମାଡ଼ର ଶିକାର ହୋଇଥିବା ପୀଡ଼ିତାଙ୍କ କାହାଣୀ ଛପାକ ଫିଲ୍ମରେ ରହିଛି।

{"id":196079,"sizeSlug":"large"}

ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଦୀପିକା କହିଛନ୍ତି ଯେ ଏହି ଫିଲ୍ମରେ କେବଳ ତାଙ୍କର ମୁହଁର ଆକୃତି ବଦଳି ଯାଇଛି ହେଲେ ତାଙ୍କ ମନ ବଦଳି ନାହିଁ। ଲୋମ ଟାଙ୍କୁରି ଉଠିଲା ଭଳି ଡାଇଲଗ୍‌ ଏହି ଫିଲ୍ମରେ ରହିଛି। ଦୀପିକାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଜଣେ ଏସିଡ୍‌ ଆଟାକ୍ ପୀଡ଼ିତାଙ୍କ ଭଳି ରହିଛି।

wp:html /wp:html

ପ୍ରଥମ ଥର ପାଇଁ ଦୀପିକା ଏଭଳି ଚରିତ୍ର​‌ରେ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ୨୦୨୦ ମସିହାରେ ଛପାକ ଫିଲ୍ମ ବକ୍ସ ଅଫିସ୍‌ରେ ସୁପରହିଟ୍ ହେବ ବୋଲି କୁହାଯାଉଛି। ସବୁ ବର୍ଗର ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରିବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.