Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ସାମାଜିକ ବାସନ୍ଦର କରୁଣ ପରିଣତି, ଦେଢ ଲକ୍ଷ ଟଙ୍କା ପାଇଁ ୮ ଘଣ୍ଟା ଧରି ପଡି ରହିଲା ଶବ

1/03/2021 at 10:41 PM

କେନ୍ଦୁଝର ୦୧।୦୩:  ସାମାଜିକ ବାସନ୍ଦ କାରଣରୁ ଉଠି ପାରିଲାନି ଶବ । ମଧ୍ୟାହ୍ନ ୧୨ଟାରୁ ମୃତ୍ୟୁ ହୋଇଥିଲେ ସୁଦ୍ଧା ରାତି ୮ଟା ପର୍ଯ୍ୟନ୍ତ ଶବ ପଡି ରହିଥିଲା।  କେନ୍ଦୁଝର ମୁଖ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂର ଏବଂ ଖୋଦ ସାଂସଦଙ୍କ ପୁରୁଣା ଅଫିସ୍ ସମ୍ମୁଖ ଧୋବାଡିହା ଗ୍ରାମରେ  ଘଟିଛି ଏପରି ଘଟଣା ।

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ସହରର ଧୋବାଡିହା ଗ୍ରାମର ବାସିନ୍ଦା ମଧୁସୂଦନ ମୁର୍ମୁଙ୍କ ବାପା ଯଦୁମଣୀ ମୁର୍ମୁ(୮୨) ଙ୍କର ଆଜି ଦିନ ୧୨ ଟା ସମୟରେ ମୃତ୍ୟୁ ହୋଇଥିଲା । । ତେବେ ଜମି ଜମା ବିବାଦ ପାଇଁ ୨୦୧୩ ମସିହାରୁ ତାଙ୍କୁ ଗ୍ରାମବାସୀ ବାସନ୍ଦ କରିଥିଲେ । ଏହି କାରଣ ପାଇଁ ପୂର୍ବରୁ କୌଣସି ପୂଜା ପର୍ବରେ ବି ତାଙ୍କ ଘରକୁ କେହି ଆସନ୍ତି ନାହିଁ କି ତାଙ୍କୁ କେହି ଡାକନ୍ତି ନାହିଁ ।

ତେବେ ଆଜି ବୃଦ୍ଧାବସ୍ଥା କାରଣରୁ ଯଦୁମଣୀଙ୍କର ମଧ୍ୟାହ୍ନ ୧୨ଟାରେ ମୃତ୍ୟୁ ହୋଇ ଯାଇଥିଲା । ମାତ୍ର ମୃତ ଦେହ ଉଠାଇବାକୁ ଦେଇ ନଥିଲେ ଗ୍ରାମବାସୀ । ଦେଢ଼ ଲକ୍ଷ ଟଙ୍କା ଦେଲେ  ଶବ ଉଠାଇବାକୁ ସୁଯୋଗ ଦିଆଯିବ କହିବା ପରେ ଅଡୁଆରେ ପଡିଥିଲେ ପରିବାର ଲୋକେ।

ତେବେ ଏ ସଂପର୍କରେ ଖବର ପାଇବା ପରେ କେନ୍ଦୁଝର ଟାଉନ ଥାନା ପୁଲିସ ଏବଂ ମାଜିଷ୍ଟ୍ରେଟ୍ ( ସଦର ତହସିଲଦାର ) ଘଟଣାସ୍ଥଳରେ ପହଞ୍ଚି ସାହି ଲୋକଙ୍କୁ ବୁଝାସୁଝା କରିବା ପରେ ମୃତ ଦେହ ଉଠିବାର ବ୍ୟବସ୍ଥା କରାଇଥିଲେ । ଗ୍ରାମବାସୀ ଆସି  ନଥିଲେ ବି ପରିବାର ଲୋକେ ମୃତ ଦେହ ଉଠାଇଥିଲେ । ଏହାକୁ ST କମିଶନ ସଦସ୍ୟ ଅନନ୍ତ ନାଏକ ନା ପସନ୍ଦ କରିବା ସହ ଏହାର ସମାଧାନ ପାଇଁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

   Related Posts