Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆସନ୍ତା ୨୬ରେ ପବିତ୍ର ଅକ୍ଷୟ ତୃତୀୟା, କରୋନା ପାଇଁ ବନ୍ଦ ହେବନି ପରମ୍ପରା, ଅଟକିବନି ମହାପ୍ରଭୁଙ୍କ ନୀତିକାନ୍ତି

19/04/2020 at 10:35 PM

ପୁରୀ୧୯/୪: ଆସନ୍ତା ୨୬ରେ ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଦ୍ୟ ପର୍ବ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବ। ସେପଟେ ପୁଣି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ମଧ୍ୟ ପ୍ରସ୍ତୁତି ଚାଲଛି । ଚାପଖେଳ ପାଇଁ ସଜେଇ ହେଉଛନ୍ତି ନରେନ୍ଦ୍ର ପୁଷ୍କରିଣୀ । ତେବେ ଏସବୁର ପ୍ରସ୍ତୁତିକୁ ଦେଖିଲେ ଆସନ୍ତା ଜୁନ୍‌ ୨୩ରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ମଧ୍ୟ ଆଶା ବଢ଼ିଛି ।

ଅକ୍ଷୟ ତୃତୀୟାରେ ରଥ ଅନୁକୂଳ । ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଦ୍ୟ ପର୍ବ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜନଅର ସାମ୍ନାରେ ଛାମୁଣ୍ଡିଆ ନିର୍ମାଣ ହେଉଛି । ପୂର୍ବରୁ ୧୬୦ ଫୁଟ୍‌ ବିଶିଷ୍ଟ ଚାଳି ତିଆରି ହେଉଥିବା ବେଳେ ଏଥର କରୋନା ପାଇଁ ନିର୍ମାଣକାରୀଙ୍କ ଭିତରେ ସାମାଜିକ ଦୂରତା ବଜାୟ ରଖିବାକୁ ଏହି ଚାଳିକୁ ଅଧିକ ୬୦ଫୁଟ୍‌ ବଢ଼ାଇଦିଆଯାଇଛି । ରଥ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ୨୪୪ଖଣ୍ଡ କାଠ ପୁରୀରେ ପହଞ୍ଚିଛି । ଏପଟେ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସେପଟେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ସଜେଇ ହେଲେଣି ନରେନ୍ଦ୍ର ପୁଷ୍କରିଣୀ ।  

କରୋନା ପାଇଁ ବନ୍ଦ ହେବନି ପରମ୍ପରା  । ଅଟକିବନି ମହାପ୍ରଭୁଙ୍କ ନୀତିକାନ୍ତି । କରୋନା କଟକଣାକୁ ଗୁରୁତ୍ବ ଦେଇ  ପରମ୍ପରା ମୁତାବକ ଚନ୍ଦନଯାତ୍ରା ସମ୍ପନ୍ନ କରିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଏଥର ଚାପ ଦେଖିବାକୁ ସାଧାରଣ ଭକ୍ତଙ୍କୁ ଅନୁମତି ମିଳିବ ନାହିଁ । ସେପଟେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ପ୍ରସ୍ତୁତି ଚାଲିଥିବା ବେଳ ଜୁନ୍‌ ୨୩ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ନେଇ ମଧ୍ୟ ଆଶା ବଢ଼ିଛି । ଥରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେଲେ ୧୨ବର୍ଷ ଯାଏଁ ହେବନି ଘୋଷଯାତ୍ରା । ତେବେ କରୋନା କଟକଣା ଭିତରେ ବି ପରମ୍ପରା ବନ୍ଦ ନହେଉ ବୋଲି କହୁଛନ୍ତି ବରିଷ୍ଠ ସେବାୟତ ।

   Related Posts