୧୫ ଲକ୍ଷ ମୂଲ୍ୟର କପା ନେଇ ଭୂଆଁ ବୁଲାଉଥିଲେ ବ୍ୟବସାୟୀ, ଟ୍ରକ ଅଟକାଇଲେ ଚାଷୀ, କହିଲେ- ଆଗେ ଟଙ୍କା ଦିଅ, ତା ପରେ...

Published By : Prameya-News7 Bureau | January 14, 2021 IST

ସାନଖେମୁଣ୍ଡି ୧୪।୦୧: ଚାଷ କାମ ଯାହାର  କି ଆନନ୍ଦ ତାହାର। ଉକ୍ତି ଟି ଶୁଣିବାକୁ ସିନା ଭଲ ଲାଗେ ବାସ୍ତବରେ ଚାଷୀ କେତେ ଯେ କଷ୍ଟ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି  ଫସଲ ଉପୁଜାଏ ତାହା ନିଜେ ହିଁ କହି ପାରିବ।  ତଥାପି ସେ ତାର ପାରିଶ୍ରମିକ ପାଇ ପାରେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଲାଞ୍ଜିଆପଲ୍ଲୀ ଗାଁର।

୨୦୧୭ ମସିହା ବିମୁଦ୍ରିକରଣ ସମୟରେ ଶେରଗଡ଼ ବ୍ଲକ ଲାଞ୍ଜିଆପଲ୍ଲୀ ଗାଁର ଶହେରୁ ଉର୍ଦ୍ଧ୍ବ କପା ଚାଷୀ  ସମ୍ବଲପୁରର ଜଣେ ବ୍ୟବସାୟୀ ସିରାଜ ମହମ୍ମଦଙ୍କ କଥାରେ ପଡି ପ୍ରାୟ ୧୫ ଲକ୍ଷ ଟଙ୍କାର କପା  ଦଲାଲ ହାତକୁ ଟେକି ଦେଇଥିଲେ। ପାଞ୍ଚ ଲକ୍ଷ ଟଙ୍କା ଦେଇ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ହୋଇ ଯାଇଥିଲେ ହେଁ ସେ କପା ବ୍ୟବସାୟୀ ଏବଂ ଦଲାଲ ଚାଷୀଙ୍କୁ ପ୍ରତିଶ୍ରୁତି ହିଁ ଦେଇ ଆସୁଛନ୍ତି। ଏବେ ସୁଦ୍ଧା  ଦଶ ଲକ୍ଷ ଟଙ୍କା ପାଇ ନାହାନ୍ତି ଚାଷୀ। କଳା ବେପାରୀଙ୍କ ହାବୁଡ଼ରେ ପଡି ଅଭାବୀ ବିକ୍ରିର ଶିକାର ହୋଇ ଦଲାଲଙ୍କ ଜୁଲୁମ ଶିକାର ହୋଇଛନ୍ତି ଶତାଧିକ ଚାଷୀ। ତେବେ ଏହି ଦୁଃଖ ବୁଝିବ ଆଉ ଚାଷୀଙ୍କ କପା ନେଇଥିବା ଦଲାଲ ଠାରୁ ଚାଷୀ ପ୍ରାପ୍ୟ ପାଇବେ କିପରି ? ତାକୁ ନେଇ କପା ଚାଷୀ ଚିନ୍ତିତ। ଏଣୁ ସରକାର ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଶେରଗଡ଼ ର ଚାଷୀ।

{"id":392400,"sizeSlug":"large","linkDestination":"none"}

ସବୁ ବର୍ଷ ଭଳି ଏହି ସମ୍ବଲପୁର ବ୍ୟବସାୟୀ ଚାଷୀଙ୍କୁ ଭୂୟାଁ ବୁଲାଇ ବକେୟା ଟଙ୍କା ପ୍ରଦାନ କରିବା ନାଁରେ ପୁଣି ସେହି ଗାଁରୁ କପା ଚାଷୀଙ୍କ ଠାରୁ କପା ନେଉଥିଲେ। ହେଲେ ଠକେଇର ଶିକାର ହେଉଥିବା ଚାଷୀ ଏହା ଜାଣିବା ପରେ ବ୍ୟବସାୟୀ ପଠାଇ ଥିବା କପା ବୋଝେଇ ଟ୍ରକଟିକୁ ଗାଁ ମୁଣ୍ଡରେ ଅଟକାଇ ରଖିଥିଲେ। ପରେ ଫୋନ ଯୋଗେ ସମ୍ବଲପୁର କପା  ବ୍ୟବସାୟୀ ସିରାଜ ମହମ୍ମଦ ଏବଂ ଦଲାଲ ଚାଷୀଙ୍କୁ ଫୋନ କରି ବକେୟା ଦଶ ଲକ୍ଷ ପ୍ରଦାନ ପରେ ଟ୍ରକ ଛଡ଼ାଯିବ ବୋଲି କହିଥିଲେ।

{"id":392401,"sizeSlug":"large","linkDestination":"none"}

ବ୍ୟବସାୟ ଜଣଙ୍କ ଚାଷୀ ସେହି ଟ୍ରକ ମୋ ର ନୁହେଁ ମୋ ଭଣଜାର ବୋଲି କହି ଫାଙ୍କି ଟ୍ରକଟିକୁ ଖସାଇ ବାକୁ ଉଦ୍ୟମ କରିଥିଲେ। ତଥାପି ମାନି ନ ଥିଲେ ଚାଷୀ। ଚାଷୀ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ  କରି ବିଭାଗୀୟ ଅଧିକାରୀ  ପୋଲିସ ବିଭାଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେ ଫଳ ଶୂନ। ବାଧ୍ୟ ହୋଇ ଟ୍ରକ ଟିକୁ ଗାଁ ମୁଣ୍ଡରେ ଅଟକାଇ ରଖିଛନ୍ତି ଚାଷୀ।  ବକେୟା ଟଙ୍କା ପ୍ରଦାନ କଲେ ଟ୍ରକ ଟିକୁ ଛଡା ଯିବ ବୋଲି ଚାଷୀ କହିଥିବା ବେଳେ ଏନେଇ କୌଣସି RMC ଅଧିକାରୀ କିମ୍ବା କର୍ମଚାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.