ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦ ଦୋକାନ ସିଲ୍‌ କଲା ଟାଉନ ପୁଲିସ

Published By : Prameya-News7 Bureau | May 29, 2020 IST

ଢେଙ୍କାନାଳ୨୯/୫: କୋଭିଡ ଗାଇଡ଼ ଲାଇନକୁ ଉଲ୍ଲଂଘନ। ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ଓ ମହାବୀର ବଜ଼ାର ବିଦେଶୀ ମଦ ଦୋକାନ ସିଲ ହୋଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟାଉନ ପୁଲିସ ସିଲ୍ କରିଛି। ଦୋକାନୀ ମାଲିକ ଦେବବ୍ରତ ମହାନ୍ତି ଓ ତୁଷାର ବେହେରାଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ। ଏହି ଦୁଇଜଣ କୁଆଡ଼େ ଫେରାର ହୋଇଯାଇଛନ୍ତି। ବେଆଇନ ଭାବେ ଦୋକାନ ଖୋଲି ଖୁଲମ୍ ଖୁଲା କରୁଥିଲେ ମଦ ବିକ୍ରି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.