Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଆଗରେ ହାତୀ, ପଛରେ ଜିପ୍ : ହଠାତ୍ ରାଗିଗଲେ ଗଜରାଜ, ଆଉ ତାପରେ….

1/08/2021 at 2:40 PM

ନୂଆଦିଲ୍ଲୀ ୦୧/୦୪: ହାତୀମାନେ ସାଧାରଣତଃ ଶାନ୍ତ ସ୍ୱଭାବର ଓ ବୁଦ୍ଧିମାନ ପ୍ରାଣୀ । କିନ୍ତୁ ଯେତେବେଳେ ସେମାନଙ୍କର ସୁରକ୍ଷା ପ୍ରତି ବିପଦ ଆସେ, ସେମାନେ ଅଧିକ କ୍ରୋଧିତ ହୋଅଯାଆନ୍ତି । ଦରକାର ପଡିଲେ କାହା କଥା ଶୁଣନ୍ତି ନାହିଁ । ଅନ୍ୟ ପଶୁମାନେ ସେମାନଙ୍କ ସାମ୍ନାରେ ଠିଆ ହେବାକୁ ସାହସ କରନ୍ତିନି । ସବୁବେଳେ ପିଲାମାନଙ୍କର ସୁରକ୍ଷା ପାଇଁ ସଜାଗ ରହିଥାନ୍ତି ।

ତେଣୁ ଏକାଠି ରହିବାକୁ ପସନ୍ଦ କରିଥାନ୍ତି । ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ କେହି ନିଜ ପିଲା ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି, ସମଗ୍ର ଗୋଷ୍ଠୀ ଏହାକୁ ଏକାଠି ଲଢେଇ କରିଥାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଭିଡିଓ । ଭିଡିଓରୋ କିଛି ପର୍ଯ୍ୟଟକ ଏକ ଜିପ୍ ରେ ବସିଥିବା ଜଙ୍ଗଲ ସଫାରି ଉପଭୋଗ କରୁଥିଲେ । କିନ୍ତୁ ସେମାନେ ଏକ ହାତୀକୁ ଦେଖିବା ମାତ୍ରେ ନିଜ ଜିପକୁ ହାତୀ ପଛରେ ରଖି ଯିବାକୁ ଚେଷ୍ଟା କରନ୍ତି ।

ପ୍ରଥମେ ହାତୀଟି ବହୁତ ଦୂର ପର୍ଯ୍ୟନ୍ତ ଦୌଡିବାକୁ ଲାଗେ । କିନ୍ତୁ ପରେ ରାଗରେ ଜର୍ଜରିତ ହୋଇଯାଏ ଗଜରାଜ । ପରିସ୍ଥିତି ଏପରି ହୁଏ ଯେ,, ହାତୀଟି ରାଗି ଯାଇ ଓଲଟା ଜିପ ଆଡକୁ ଧାଇଁବାକୁ ଲାଗେ । ଏହା ପରେ ଯାହା ହେଲା ତାକୁ ଜଣେ ନଦେଖିଲେ ବିଶ୍ଲାସ କରିପାରିବନି । ଜୀବନକପ ପାଣି ଛଡାଇ ଜିପରେ ଯାଉଥିବା ଲୋକେ ପଛୁଆ ପଛୁଆ ଜୋରରେ ଗାଡି ଚଳାଇବାକୁ ଲାଗନ୍ତି । ଯାହା ହେଉ ତିଛି ସମୟ ପରେ ହାତୀ ଆଇ ନଦୌଡି ସେଠାରେ ରହିଯାଏ । ଆଇ କ୍ୟାଚିଂ ପ୍ଲସ୍ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି । ଯାହା ଏପର୍ଯ୍ୟନ୍ତ ୧୬ ହଜାର ୭୦୦ରୁ ଅଧିକ ଥର ଦେଖାଯାଇଛି ।

   Related Posts