ଭଦ୍ରକରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮, ବିଭିନ୍ନ ଅଞ୍ଚଳକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | April 21, 2020 IST

ଭଦ୍ରକ୨୧/୪: ଭଦ୍ରକରେ ଗତକାଲି ୫ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭଦ୍ରକରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଗତକାଲି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କୋଲକାତାରୁ ଫେରିଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରାଯିବା ସହିତ ସେମାନେ କେଉଁମାନଙ୍କ ସହିତ ମିଶିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି ।

ବାସୁଦେବପୁର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସେହି ଅଞ୍ଚଳକୁ ସିଲ୍ କରାଯାଇଛି । ସେହିପରି ଭଣ୍ଡାରିପୋଖରୀ ବ୍ଳକର ଜୋନ ୧ ଭାବେ ରହଣିଆ ପଞ୍ଚାୟତ ଓ ଜୋନ ୨ ଭାବେ ତେସିଙ୍ଗା ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକର ଏହି ଦୁଇ ପଞ୍ଚାୟତର ମୋଟ ୨୨ଟି ରାଜସ୍ବ ଗ୍ରାମ ଓ ବାସୁଦେବପୁର ବ୍ଲକର ୩ଟି ଜୋନ୍‌ର ୧୭ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଥିବା ବେଳେ ଦୋକାନ ବଜାର ସବୁକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 ଏହି ସମସ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ଆଇନକୁ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାହାଣିଆ ଅଞ୍ଚଳ ରୁ ୩୫ ଓ ତେସିଙ୍ଗା ଅଞ୍ଚଳରୁ ୧୮ଜଣଙ୍କ ସ୍ୱାବ ସଂଗ୍ରହ ହୋଇଥିବା ସୂଚନା ମିଳିଛି । କୋଲକାତା ଅଞ୍ଚଳରୁ ଆସିଥିବା ଲୋକଙ୍କୁ ଖୋଜି କ୍ଵରେଣ୍ଟାଇନ ରଖାଯିବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.