Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ପୁଣି ୨୦ ପଜିଟିଭ୍‌ ଚିହ୍ନଟ, କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ସଂକ୍ରମିତଙ୍କ ସଂଖ୍ୟା ୫୮କୁ ବୃଦ୍ଧି

5/01/2021 at 4:19 PM

ନୂଆଦିଲ୍ଲୀ ୦୫/୦୧: ପୁଣି ଚିନ୍ତା ବଢ଼ାଉଛି ବହୁ ରୂପୀ କରୋନା ଭୂତାଣୁ। ବ୍ରିଟେନରେ ଦେଖାଯାଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବାକୁ ବସିଲାଣି। ନୂଆ ଷ୍ଟ୍ରେନର ସଂକ୍ରମିତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଉଛି। ପୁଣି ୨୦ ନୂଆ ସଂକ୍ରମିତଙ୍କ ସହ ଦେଶରେ ନୂଆ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୫୮ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଏବେ ସୁଦ୍ଧା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ହେସମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ନୂଆ ଷ୍ଟ୍ରେନ ସଂକ୍ରମିତଙ୍କୁ ରଖାଯିବା ସହ ସେମାନଙ୍କ ଉପରେ ଡାକ୍ତର ଲଗାତର ନଜର ରଖିଥିବା ସୂଚନା ମିଳିଛି।

ସୋମବାର ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ରେ ୯ ନୂଆ ସଂକ୍ରମିତଙ୍କ ସହ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଥିଲା। ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ ମିଳିବା ପରେ ଭାରତ ସରକାର ବିମାନ ଉଡ଼ାଣ ଉପରେ କଟକଣା ଲଗାଇଥିଲେ। କିନ୍ତୁ ସେତେବେଳକୁ ଭାରତରେ ପ୍ରବେଶ କରିସାରିଥିଲା ବହୁ ରୂପି କରୋନା।

ଏହା ପୂର୍ବରୁ ବ୍ରିଟେନରୁ ଭାରତ ପ୍ରବେଶ କରିଥିବା କରୋନାର ନୂଆ ଷ୍ଟ୍ରେନ୍‌ର ‘କଲ୍ଚର’ ସରିଥିବା ନେଇ ଆଇସିଏମଆର ପକ୍ଷରୁ ସୂଚନା ମିଳିଥିଲା। ବ୍ରିଟେନ ଫେରନ୍ତାଙ୍କ ଶରୀରରେ ନୂଆ କରୋନା ଭାଇରସ୍‌ ମିଳିବା ପରଠୁ ଏହା ଉପରେ ଲଗାତର ପରୀକ୍ଷା ଜାରି ରଖିଛନ୍ତି ଆଇସିଏମଆର ବିଶେଷଜ୍ଞ। ଏହା ଉପରେ ବିଶ୍ବର ଅନ୍ୟ ଦେଶ  ତୁଳନାରେ ଭାରତରେ ପୃଥକ ଓ କଲଚର କରାଯାଇଥିବା ମଧ୍ୟ ଜଣାପଡ଼ିଛି।

   Related Posts