Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଜଳୁଛି ତିନିକୋଶିଆ ଜଙ୍ଗଲ, ଜୀବନ ବଞ୍ଚାଇବାକୁ ଗାଁକୁ ପଶିଲା ଦନ୍ତା, ନାକେଦମ ବନ ବିଭାଗ

4/03/2021 at 11:06 PM

ନୀଳଗିରି,୦୪/୦୩ :  ଜଳୁଛି ସଂରକ୍ଷିତ ଜଙ୍ଗଲ। ଜଳିପୋଡି ପାଉଁଶ ହେଉଛି ଅନେକ ମୂଲ୍ୟବାନ ଗଛ।  ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡିଛି। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ନୀଳଗିରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲ କଥା। ଘଟଣାକୁ ନେଇ ବନ ବିଭାଗ ବେଶ ନାକେଦମ ହୋଇଥିବା ବେଳେ ଆଜି ଗୋଟିଏ ଦନ୍ତାହାତୀ ଗାଁକୁ ପଶି ଆତଙ୍କ ଚଳାଇଛି। ସେପଟେ ସିମୁଳିପାଳରେ ନିଆଁ ଲାଗିଛି ଏପଟେ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ତିନିକୋଶିଆ ଜଳୁଛି। ଫଳରେ ଜନବସତି ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ। ଆଉ ନିଆଁ ଲିଭାଇବା ପାଇଁ ନାକେଦମ ହେଲେଣି ବନବିଭାଗ।

ଆଜି ଭୋର ସମୟରେ ତିନି କୋଶିଆ ସଂରକ୍ଷିତ ଜଙ୍ଗଲ ସହ ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି। କୂଳଡିହା ଅଭୟାରଣ୍ୟରେ ମଧ୍ୟ କିଛି କିଛି ସ୍ଥାନରେ ନିଆଁ ଲାଗିଥିବା ଦେଖାଯାଇଛି। କୂଳଡିହା ଅଭୟାରଣ୍ୟ ଶିମିଳିପାଳକୁ ଲାଗିଥିବା ବେଳେ ଯଦି ନିଆଁକୁ ଆୟତ୍ତ ନକରାଯାଏ ତାହେଲେ ଭୟଙ୍କର ପରିସ୍ଥିତି ଉପୁଯିବ ବୋଲି କୁହାଯାଇଛି। ନିଆଁ ଭୟରେ ଭାଲୁ ଓ ହାତୀ ଜନବସତି ମୁହାଁ ହୋଇଛନ୍ତି।

ଗତକାଲି ନୀଳଗିରି ସହରରେ ଭାଲୁ ଘୁରିବୁଲୁଥିବା ବେଳେ ଆଜି ତେରଲଡ଼ିହି ଅଞ୍ଚଳରେ ଦନ୍ତାହାତୀ ଗାଁକୁ ପଶି ଉପଦ୍ରଵ କରିଥିଲା। ଫଳରେ ଅଂଚଳରେ ଆତଙ୍କ ଖେଳି ଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ବନବିଭାଗ ଦମକଳ ବାହିନୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ତଳେ ପଡିଥିବା ଶୁଖିଲା ପତ୍ରକୁ ଫାୟାର ବ୍ଲୋର ମେସିନ ସାହାଯ୍ୟରେ ଅଲଗା କରି ନିଆଁ କିପରି ଆଗକୁ ଯାଇପାରିବ ନାହିଁ ଏନେଇ ବନ କର୍ମଚାରୀ ଲାଗିପଡିଛନ୍ତି।

ସଜନାଗଡ଼ ଫରେଷ୍ଟର ଶ୍ରୀଧର ଲେଙ୍କା କିଛି ବନ କର୍ମଚାରୀଙ୍କୁ ଧରି ନିଆଁ କିପରି ଆଗକୁ ଯାଇ ନପାରିବ ଆଜି ଦିନ ସାରା ବେଶ ନାକେଦମ ହୋଇଛନ୍ତି। ଏପରିକି ଦନ୍ତାହାତୀ ଗାଁକୁ ପଶି ଯେପରି ଫସଲ ଓ ବାସଗୃହହାନୀ ନକରେ ଏନେଇ ଗ୍ରାମବାସୀ ବନ ବିଭାଗକୁ ତାଗିଦ କରିଛନ୍ତି। ସେପଟେ ନିଆଁ ଲାଗିବାର କାରଣ ମନୁଷ୍ୟକୃତ ହୋଇଥିବା ବେଳେ ବନବିଭାଗ କୁ ବଦନାମ ପାଇଁ ଏଭଳି ଘଟୁଥିବା ରେଞ୍ଜର ମନ୍ବର ଖାଁ ପ୍ରକାଶ କରିଛନ୍ତି।

   Related Posts