Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୩ ଦିନ ଧରି ଚାଲିଥିବା ୫୪ତମ କୁମାର ଉତ୍ସବ ଉଦଯାପିତ ହୋଇଛି

24/10/2021 at 8:25 PM

ପୁରୀ ୨୪।୧୦: ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ୩ ଦିନ ଧରି ଚାଲିଥିବା ୫୪ତମ କୁମାର ଉତ୍ସବ ଉଦଯାପିତ ହୋଇଛି। ଶେଷ ସଂନ୍ଧ୍ୟାରେ ଦର୍ଶକଙ୍କୁ ନଚାଇଛନ୍ତି ପ୍ରଛଦପଟ୍ଟ ଗାୟକ, ଗାୟିକା ଦୀପ୍ତିରେଖା ପାଢୀ ଓ କୁଲଦୀପ ପଟ୍ଟନାୟକ। ଉଭୟ ଗୋଟିଏ ପରେ ଗୋଟିଏ ହୀଟ୍ ଗୀତର ତାଳେ ତାଳେ ଦର୍ଶକ ତଥା ଯୁବ ଗୋଷ୍ଠୀକୁ ନଚାଇଥିଲେ।  

ପୁରୀ କୁମାର ଉତ୍ସବ ସମିତି ଆନୁକୁଲ୍ୟରେ ଶରଧାବାଲିରେ ୩ ଦିନ ଧରି ଚାଲିଥିବା ୫୪ତମ କୁମାର ଉତ୍ସବ ଉଦଯାପିତ ହୋଇଛି। ଉଦଯାପନୀ ସଂନ୍ଧ୍ୟାରେ ପ୍ରଛଦପଟ୍ଟ ଗାୟକ କୁଲଦୀପ ପଟ୍ଟନାୟକ, ଦୀପ୍ତିରେଖା ପାଢୀ, ଦେବାନ୍ସି ଦାଶ, ଦର୍ଶନା, ଦୂର୍ଗା ଓ ଜାଜ୍ଞାସେନୀ ମୁଖ୍ୟ ଆକର୍ଷଣ ଥିଲେ। ଅନେକ ଲୋକପ୍ରିୟ ଓ ସୁପରହିଟ୍ ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରାଇଥିଲେ ଏହି କଣ୍ଠଶିଳ୍ପୀ ମାନେ। 

ପ୍ରାୟ ୨୦ ରୁ ଅଧିକ ଗୀତ ଗାଇଥିଲେ ଏହି ଯୁବ କଣ୍ଠଶିଳ୍ପୀ ମାନେ। ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କିସ୍ ବିଶ୍ଵ ବିଦ୍ୟାଳୟର ପୂର୍ବତନ କୂଳପତି ହରେକୃଷ୍ଣ ଶତପଥି, ମୁଖ୍ୟ ବକ୍ତା ରୂପେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,  ଶିଳ୍ପପତି ଟି. ବାନାମ୍ବର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଯୁବ ସାମ୍ବାଦିକ ପ୍ରଭାତ କୁମାର ପାଣିଗ୍ରାହୀ, ଜୀ ସାର୍ଥକ ସାରେଗାମାପା ବିଜେତା ଦେବାନ୍ସି ଦାଶ ଓ ଦର୍ଶନା କରଙ୍କୁ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯିବା ସହ ମଞ୍ଚାସୀନ ବିଶିଷ୍ଟ ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା।

ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟ ବକ୍ତା ଭାବେ ଏନ୍ଏଚ୍ଏମ୍ ର ସହନିର୍ଦ୍ଦେଶକ ଅରୁଣ କୁମାର ବିଶ୍ୱାଳ, ଉପଦେଷ୍ଟା କେଦାର ମିଶ୍ର ଯୋଗ ଦେଇଥିବାବେଳେ ସମିତିର ସାଧାରଣ ସମ୍ପାଦକ ସ୍ୱାଧିନ କୁମାର ପଣ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

   Related Posts