Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଦ୍ଵିତୀୟ ଲହରଠୁ ଅଧିକ ଘାତକ ହୋଇପାରେ କରୋନାର ତୃତୀୟ ଲହର, ୯୮ ଦିନ ଯାଏଁ ରହିବ ସଙ୍କଟ

2/06/2021 at 4:35 PM

ନୂଆଦିଲ୍ଲୀ ୦୨।୦୬: ଭାରତରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି। ମାତ୍ର ତୃତୀୟ ଲହରର ବିପଦ ବଢିବାରେ ଲାଗିଛି। ଏସବିଆଇର ରିପୋର୍ଟ ଅନୁଯାୟୀ, ଦେଶରେ କରୋନାର ସମ୍ଭାବିତ ତୃତୀୟ ଲହର ଦ୍ଵିତୀୟ  ଲହରଠୁ ଅଧିକ ଘାତକ ହେବ। ଏପରିକି ଏହି ଲହର ୯୮ ଦିନ ପର୍ଯ୍ୟନ୍ତ ଚାଲିପାରେ ବୋଲି ରିପୋର୍ଟରେ କୁହାଯାଇଛି।

ଅନ୍ତର୍ଜାତୀୟ ଅଭିଜ୍ଞତା ଆଧାରରେ ଏସବିଆଇ ଇକୋରାପର ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ତୃତୀୟ ଲହରର ସ୍ଵରୂପ ଦ୍ଵିତୀୟ ଲହର ପରି ରହିବ, କିନ୍ତୁ ସ୍ଥିତି ଅଧିକ ଗମ୍ଭୀର ହେବ। କିନ୍ତୁ ଉନ୍ନତ ପ୍ରସ୍ତୁତି ଏବଂ ଉଚିତ୍ ମୁକାବିଲା ସହ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା କମ୍ କରାଯାଇ ପାରିବ। ରିପୋର୍ଟରେ କୁହାଯାଇଛି. ଦୁନିଆର ବଡ ବଡ ଦେଶଗୁଡିକରେ ତୃତୀୟ ଲହରର ପ୍ରକୋପ ହାରାହାରି ୯୮ ଦିନ ଧରି ଚାଲିଥିଲା। ଦ୍ଵିତୀୟ ଲହରର ଅବଧି ୧୦୮ ଦିନ ଥିଲା। ଦ୍ଵିତୀୟ ଲହରରୁ ଉଚିତ୍ ଶିକ୍ଷା ନେଇ ରାଜ୍ୟ ଓ କେନ୍ଦ୍ର ତୃତୀୟ ଲହରର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏମିତି ସମୟରେ ତୃତୀୟ ଲହରରକୁ ନେଇ ଏହି ପୂର୍ବାନୁମାନ ଅତି ଗୁରୁତ୍ଵପୂର୍ଣ୍ଣ।

ରିପୋର୍ଟ ଅନୁଯାୟୀ, ତୃତୀୟ ଲହରରେ ଉଚିତ୍ ମୁକାବିଲା କରାଯାଇ ଗୁରୁତର ରୋଗୀଙ୍କ ସଂଖ୍ୟା ୫ ପ୍ରତିଶତ ସହ ମୋଟ୍ ମୃତ୍ୟୁ ସଂଖ୍ୟାକୁ ୪୦ ହଜାର ପର୍ଯ୍ୟନ୍ତ ସୀମିତ ରଖାଯାଇ ପାରିବ। ଏହା ପୂର୍ବରୁ ଦ୍ଵିତୀୟ ଲହରରେ ଗୁରୁତର ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ଥିଲା। ଏଥିସହ ୧.୭ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। କରୋନାର ଦ୍ଵିତୀୟ ଲହରରେ ଭାରତରେ ତାଣ୍ଡବଲୀଳା ମଚାଇଛି। ଦ୍ଵିତୀୟ ଲହରରେ ପ୍ରତିଦିନ ନୂତନ ସଂକ୍ରମିତଙ୍କ ସଂଖ୍ୟା ୪.୧୪ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। କେବଳ ମେ ମାସରେ କରୋନାର ୯୦.୩ ଲକ୍ଷ ନୂତନ କେସ୍ ଚିହ୍ନଟ ହୋଇଛି। ଏହି ମାସରେ ଏତେ ମାତ୍ରାରେ କରୋନା କେସ୍ ଅନ୍ୟ କୌଣସି ଦେଶରେ ଚିହ୍ନଟ ହୋଇ ନାହାନ୍ତି।

ଭାରତରେ ଆଜି ୧,୩୨, ୭୮୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ରେ ପହଞ୍ଚିଛି। ଦୈନିକ ସଂକ୍ରମଣ ହାର ହ୍ରାସ ହୋଇ ୬.୫୭ ପ୍ରତିଶତ ହୋଇଛି। ଗତ ୨୪ ଘଣ୍ଟାରେ ୩,୨୦୭ ଜଣଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି। ଏଥିସହ କରୋନାଜନିତ ମୃତ୍ୟୁସଂଖ୍ୟ ୩, ୩୫, ୧୦୨କୁ ବୃଦ୍ଧି ଘଟିଛି।

   Related Posts