Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଧରା ପଡି ନିର୍ଧୁମ ଛେଚା ଖାଇଲେ ଭଦ୍ରମୁଖା ପିନ୍ଧା ଚୋର: ବ୍ୟାଙ୍କ କର୍ମଚାରୀ କହି ମହିଳାଙ୍କୁ ଲୁଟିଥିଲେ

21/05/2020 at 7:29 PM

ହିନ୍ଦୋଳ୨୧/୫: ଚୋରା-ଡ଼କାୟତମାନେ ଚୋରି କରିବା ଲାଗି ଆପଣାଇଛନ୍ତି ଅଭିନବ ଉପାୟ। ରାସ୍ତା-ଘାଟରେ ଚୋରି କରି ଧରା ପଡିବା ଭୟରେ ଏବେ ସାଜିଛନ୍ତି ଭଦ୍ର ଲୋକ। ଭଦ୍ର ଲୋକ ଭାବେ ଆସି ଘରୁ ସମସ୍ତଙ୍କ ସାମ୍ନାରେ କିପରି ଚୋରି କରିବେ ସେନେଇ ସାଜୁଛନ୍ତି ଭଦ୍ରକ ଲୋକ।  ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ  ମହିଳା ରାସୋଳ ୟୁକୋ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ଘରକୁ ଫେରିଥିଲେ। ହେଲେ ତାଙ୍କୁ ପିଛା କରି ଆସୁଥିବା କିଛି ଭଦ୍ର ଚୋର ତାଙ୍କ ଘରେ ପହଁଞ୍ଚି ଆରମ୍ଭ କରିଥିଲେ ଟଙ୍କା ହଡବ କରିବାର ଷଡ଼ଯନ୍ତ୍ର।

ପୁଣି ଦୁର୍ବୃତ୍ତମାନେ ନିଜ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇଥିଲେ। ମହିଳାଙ୍କୁ କହିଥିଲେ ଆପଣ ଯେଉଁ ଟଙ୍କା ବ୍ୟାଙ୍କରୁ ଉଠାଇଲେ, ସେସବୁ ନକଲି ଟଙ୍କା। ତେଣୁ ଟଙ୍କା ଫେରସ୍ତ କରିବା ଲାଗି ସେମାନେ ଆସିଥିବା ଦୁର୍ବୃତ୍ତମାନେ କହିଥିଲେ। କିନ୍ତୁ ଅଧିକ ସମୟ ସେମାନଙ୍କ ନାଟକ ରହି ନଥିଲା। ଟଙ୍କା ନେଇ ଯିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ବୁଝି ପାରିଥିଲେ।ତା ପରେ ୨ ଚୋରକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ ମାରିଥିଲେ। ଏହା ପରେ ସେମାନଙ୍କୁ ସ୍ଥାନୀୟ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ।

   Related Posts