ଚୋରୀ କରି ହଟହଟା ହେଲେ ଯୁବକ

Published By : Prameya-News7 Bureau | August 04, 2020 IST

ନୀଳଗିରି୪/୮: ମିତ୍ରପୁର ଅଞ୍ଚଳର ଚୋରି କରି ଧରା ପଡିବା ପରେ ହଟହଟା ହେଲେ ଯୁବକ। ମିତ୍ରପୁର ଠାରେ ଆଜି ଜଣେ ବିଦ୍ୟୁତ କର୍ମଚାରୀଙ୍କ ଠାରୁ ସେହି ଅଞ୍ଚଳର ଠେଲା (ଡାକ ନାମ) ନାମକ ଯୁବକ ଯନ୍ତ୍ରପାତି ଚୋରି କରି ନେଇଥିଲେ। କର୍ମଚାରୀ ଜଣକ ଖୋଜାଖୋଜି ପରେ ତାଙ୍କର ଜିନିଷ ନପାଇବାରୁ ଠେଲାକୁ ସନ୍ଦେହ କରିଥିଲେ। ପରେ ତା ପାଖରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଉତ୍ତମ ମଧ୍ୟମ ବସିବା ଆଗରୁ ଚୋର ଜଣକ ତାର ଦୋଷ ସ୍ୱୀକାର କରିଥିଲା। ପରେ ସ୍ଥାନୀୟ ନାଏବ ସରପଞ୍ଚ ଓ କିଛି ବ୍ୟକ୍ତିଙ୍କୁ ଜିନିଷପତ୍ର ଫେରାଇ କ୍ଷମା ମାଗିବା ପରେ ସେ ଛାଡ଼ ପାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.