ଲକ୍‌ଡାଉନ୍‌ରେ ମାତିଛନ୍ତି ଚୋରା ତାର ବେପାରୀ: ରାତାରାତି ମାଲାମାଲ

Published By : Prameya-News7 Bureau | May 17, 2020 IST

ସାଲେପୁର୧୭/୫: ସାରା ବିଶ୍ୱରେ ଏବେ କୋରନା ଆତଙ୍କ ସୃଷ୍ଟି କରିଛି। ସେଥିପାଇଁ ଦେଶ ସହ ରାଜ୍ୟରେ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେଣୁ ଏହି ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ଚୋରମାନେ। କିନ୍ତୁ ଲକ୍ ଡାଉନ୍ ଯୋଗୁଁ ଗାଡି ଚଳାଚଳ ବନ୍ଦ ଥିବାବେଳେ ଚୋରା ବ୍ୟବସାୟୀମାନେ ଏହାର ଫାଇଦା ନେଇ ଚୋରା ତାର କାରବାର ଚଳାଇଛନ୍ତି। ଚୋରା ବ୍ୟବସାୟୀମାନେ ଦିନକୁ ଦିନ କୋଟି ପତି ହେବାରେ ଲାଗିଛନ୍ତି।

{"id":271359,"sizeSlug":"large"}

ଏହି ଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଦିନକୁ ଦିନ ପଥର,ବାଲି ଚୋରା ଚାଲାଣ ହେଉଥିବା ବେଳେ ଟାଙ୍ଗୀ ପୋଲିସ ଏକ ଟାଟା ପିକଅପ ଭ୍ୟାନରେ ବିପୁଳ ପରିମାଣର ମୂଲ୍ୟବାନ ବିଦ୍ୟୁତ ତାର ଭଟିମୁଣ୍ଡାରୁ ଏକ ସିଲିଭର କମ୍ପାନୀ ଚାଲାଣ ହେଉଥିଲା। ଏହାକୁ ଡ୍ରିମ୍ସ ଫାଣ୍ଡି ନିକଟରେ ପୋଲିସ ଅଟକାଇ ଜବତ କରିଥିଲା।ଜବତ ଗାଡ଼ିରେ ଲକ୍ଷାଧିକ ଟଙ୍କାର ଚୋରି ବିଦ୍ୟୁତ ତାର ଥିବାର ପ୍ରମାଣ ପାଇବା ପରେ ଗାଡି ଟିକୁ ଥାନାକୁ ଆଣି ଡ୍ରାଇଭର ନବ କିଶୋର ଦେହୁରୀକୁ କୋର୍ଟ ଚାଲାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.