ସ୍କାଏଲାଇଟ୍ ଭାଙ୍ଗି ବ୍ୟାଙ୍କରେ ପଶିଲା ଚୋର, ଗଡ୍‌ରେଜ୍ ଭାଙ୍ଗି ଲୁଟିଲା ଟଙ୍କା, ସାଇରନ୍ ବାଜିଲା ମାତ୍ରେ ଛୁ

Published By : Prameya-News7 Bureau | June 29, 2020 IST

ଟାଙ୍ଗୀ୨୯/୬: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୋରଣ କୋପେରେଟିଭ୍ ସୋସାଇଟିରେ ପଶିଲା ଚୋର। ସ୍କାଏଲାଇଟ୍ ଏବଂ ଗଡରେଜ୍ ଭାଙ୍ଗି ନଗଦ ୪୦ ହଜାର ଲୁଟିନେଲେ ଦୁର୍ବୃତ୍ତ। ସେହି ଗ୍ରାମରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ ସୋରଣ ଶାଖାରେ ଅନୁରୂପ ଭାବେ ସ୍କାଏଲାଇଟ୍ ଭାଙ୍ଗି ପଶିଲା ଚୋରି କରିଥିଲା ଚୋର। ମାତ୍ର ଚୋରି କରିବା ପୂର୍ବରୁ ଗର୍ଭଗୃହର ସାଇରନ୍ ବାଜିଥିଲା। ତେଣୁ ବ୍ୟାଙ୍କ ର ଏସି ଏବଂ ସିସିଟିଭି କ୍ୟାମେରା ଭାଙ୍ଗି ଚମ୍ପଟ ମାରିଥିଲେ ଚୋର। ଖବର ପାଇ ପୋଲିସ୍‌ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ।

ଗତକାଲି ରାତିରେ ସୋରଣ ସେବା ସମବାୟ ସମିତି ଲିଃ ବ୍ୟାଙ୍କରେ କେହି ଜଣେ ଦୁର୍ବୁତ୍ତ ଗେଟ୍‌ ତାଲା ଭାଙ୍ଗି ଛାତର ସ୍କାଏ ଲାଇଟ ଭାଙ୍ଗି ବ୍ୟାଙ୍କ ଭିତରେ ପଶିଛି। ଏବଂ ଗଡ଼ରେଜ ଲକର ଭାଙ୍ଗି ୪୦ ହଜାର ୧୧୦ ଟଙ୍କା ସହ ସମିତିର ଅତ୍ୟାବଶ୍ୟକ କାଗଜ ପତ୍ର ଲୁଟି ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ସେବା ସୋସାଇଟି ର ସମ୍ପାଦକ

ଠିକ ସେହି ରାତ୍ରି ରେ ସୋରଣ ଇଣ୍ଡିଆନ ବ୍ୟାଙ୍କ ଶାଖା ରେ  ଲୁଟ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି ଚୋର । ବ୍ୟାଙ୍କ ମ୍ୟାନେଜର କହିବା ଅନୁଯାୟୀ  ବ୍ୟାଙ୍କ ଛାତର ସ୍କାଏ ଲାଇଟ ଭାଙ୍ଗି ବ୍ୟାଙ୍କ ଭିତରେ ପ୍ରବେଶ କରି ବ୍ୟାଙ୍କରେ ଥିବା ଏସି ଭାଙ୍ଗିବା ସହ ସିସିଟିଭି ଭାଙ୍ଗି ଲୂଟ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.