Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିମୁଦ୍ରାକରଣକୁ ପୁରିଲା ୩ ବର୍ଷ, ୨ହଜାର ଟଙ୍କିଆ ନୋଟକୁ ନେଇ ପୂର୍ବତନ ଅର୍ଥ ସଚିବଙ୍କ ବିସ୍ଫୋରକ ବୟାନ, ଜାଣନ୍ତୁ କହିଛନ୍ତି କ’ଣ

8/11/2019 at 9:40 PM

ନୂଆଦିଲ୍ଲୀ ୮।୧୧: ବିମୁଦ୍ରାକରଣକୁ ପୁରିଛି ୩ ବର୍ଷ । ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ସେତେବେଳେ ଅର୍ଥନୀତିରେ ପ୍ରଚଳିତ ଥିବା ୧ ହଜାର ଓ ୫ଶହ ଟଙ୍କିଆ ନୋଟ୍ କୁ ଅଚଳ ଘୋଷଣା କରିଦେଇଥିଲେ । ଏହା ବଦଳରେ ନୂଆ ୨ହଜାର ଓ ୫ ଶହ ଟଙ୍କିଆ ନୋଟର ପ୍ରଚଳନ କରାଯାଇଥିଲା । ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହୋଇଥିବା ବେଳେ ପୂର୍ବତନ ଅର୍ଥ ସଚିବ ସୁଭାଷ ଗର୍ଗ ଶୁକ୍ରବାର ବିସ୍ଫୋରକ ବୟାନ ଦେଇଛନ୍ତି। ତେବେ ଗର୍ଗ କଣ ବୟାନ ଦେଇଛନ୍ତି ଆସନ୍ତୁ ଜାଣିବା।

ଗର୍ଗ ଗତମାସରେ ଶକ୍ତି ସଚିବ ପଦରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ତେବେ ସେ ଅର୍ଥମନ୍ତ୍ରାଳୟଙ୍କ ସଚିବ ଥିବା ବେଳେ ଦେଶରେ ନିଆଯାଇଥିବା ସବୁଠୁ ବଡ ନିଷ୍ପତ୍ତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ତାହା ହେଉଛି ବହୁ ପରିମାଣର ୨୦୦୦ ଟଙ୍କିଆ ନୋଟ୍ ଏବେ ପ୍ରଚଳନରେ ନାହିଁ । ହୁଏତ ଏହାକୁ ପୂର୍ବରୁ ମହଜୁଦ କରି ରଖାଯାଇଛି । ଏଣୁ ମହଜୁଦ ହୋଇଥିବାରୁ ସେହି ନୋଟ୍ ର ପୁଣି ବିମୁଦ୍ରୀକରଣ କରାଯାଇପାରେ ବୋଲି ଗର୍ଗ ଆଶଙ୍କା ପ୍ରକାଶ କରିଛନ୍ତି।

ପ୍ରଚଳନରେ ଥିବା ମୋଟ ମୁଦ୍ରା ମଧ୍ୟରୁ ୨୦୦୦ ଟଙ୍କିଆ ମୂଲ୍ୟର ନୋଟ୍ ହିସାବରେ ଅଂଶ ହେଉଛି ପ୍ରାୟ ଏକ ତୃତୀୟାଂଶ । ଏହାକୁ ମହଜୁଦ କରି ଦିଆଯାଇଥିବାରୁ ଏବେ ଆଉ ସେତେଟା ପ୍ରଚଳନରେ ନାହିଁ । ମୁଦ୍ରା ପ୍ରଚଳନ ବ୍ୟବସ୍ଥାରେ ସେଭଳି ବଡ଼ ଧରଣର ବାଧା ସୃଷ୍ଟି କରା ନଯାଇ ସେହି ନୋଟ୍  କୁ ହଟାଇ ନିଆଯାଇପାରେ ବୋଲି ଗର୍ଗ କହିଛନ୍ତି।  

   Related Posts