କରୋନା କିଟ୍‌ରେ ଓଡ଼ିଆ ବିନ୍ଧାଣୀ: ହାଦ୍ରାବାଦର ଇଞ୍ଜିନିୟର ପ୍ରସ୍ତୁତ କଲେ ଟେଷ୍ଟିଙ୍ଗ କିଟ୍

Published By : Prameya-News7 Bureau | June 07, 2020 IST

ହାଇଦ୍ରାବାଦ୭/୬: ଏଣିକି ୨୦ ମିନିଟରେ ହେବ କରୋନା ପରୀକ୍ଷା। ଆଇଆଇଟି ହାଦ୍ରାବାଦର ଇଞ୍ଜିନିୟର ଏବେ ଏମିତି କିଛି  ଟେଷ୍ଟିଙ୍ଗ କିଟ୍  ତିଆରି କରିଛନ୍ତି।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାୱାରଡ ଟେଷ୍ଟି କିଟ୍  ଏବେ କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଚିହ୍ନଟ କରିବାରେ ସହାୟକ ହେବ।

ଏହି ନୂଆ କିଟ୍ ରେ ଜଟିଳ ଆର ଟି ପିସିଆର ପରୀକ୍ଷାର ଆବଶ୍ୟକତା ପଡ଼ିବନି।  ଏହି କିଟ୍ ର ପରୀକ୍ଷଣ ଏବଂ ସ୍ବୀକୃତି ପାଇଁ ଏହାକୁ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ  ଅଫ ବାୟୋଲୋଜିକାଲ୍ ସ କୁ ପଠାଯାଇଛି।  ଏହି ଟେଷ୍ଟ କିଟ୍ କୁ ଅତି ସହଜରେ ଗୋଟିଏ ସ୍ଥାନର ଅନ୍ୟ ସ୍ଥାନକୁ ନିଆଯାଇପାରିବ।  ଏଥିସେ ସିମଟୋମେଟିକ୍  ଏବଂ ଆସିମଟୋମେଟିକ୍  ଉଭୟ ରୋଗୀଙ୍କୁ ଚିହ୍ନଟ କରାଯାଇପାରିବ।  ବର୍ତ୍ତମାନ ଗୋଟିଏ ଟେଷ୍ଟକୁ ୪ ହଜାର ୫ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେ କିନ୍ତୁ ଏଥିରେ ମାତ୍ର ୬ଶହ ଟଙ୍କା ଖର୍ଚ୍ଚ ହେବ। 

ତେବେ ଏହି ଟେଷ୍ଟ କିଟ୍ କୁ ଅଧିକ ସଂଖ୍ୟକ ଉତ୍ପାଦନ କଲେ ଏହାର ଦାମ୍  ୩୫୦ ଟଙ୍କାକୁ ଖସି ଆସିବ।  ଆଇଆଇଟି ହାଇଦ୍ରାବାଦର ଇଞ୍ଜିନିୟର ଶିବ ଗୋବିନ୍ଦ ସିଂହ ଏବଂ ଡାକ୍ତର ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ  ଅଧିନରେ ଏକ ଟିମ୍  ଏହାକୁ ତିଆରି କରିଛନ୍ତି। ଡକ୍ଟର ସୂର୍ଯ୍ୟସ୍ନାତ ତ୍ରିପାଠୀ ଓଡ଼ିଶାରୁ ଇଞ୍ଜିନିୟମରି ପାସ୍ କରି ଏବେ ହାଇଦ୍ରାବାଦରେ ବିଭିନ୍ନ ପ୍ରକଳ୍ପର ଗବେଷଣାରେ ସଂଶ୍ଲିଷ୍ଟ ଅଛନ୍ତି।   ସେହିପରି ଏହି ଟିମ୍ ରେ ଅନ୍ୟ ଜଣେ ଓଡ଼ିଆ ସ୍ବାତୀ ମହାନ୍ତି ମଧ୍ୟ ଅଛନ୍ତି।  ଯେତେବେଳେ ରାପିଡ୍  ଟେଷ୍ଟର ଆବଶ୍ୟକତା  ଜରୁରୀ ହୋଇପଡ଼ିଲାଣି ଏହି ହାଇଦ୍ରାବାଦ ଟେଷ୍ଟ କିଟ୍  ନିଶ୍ଚିତ ଭାବେ ଅଧିକ ସଂଖ୍ୟକ  କରୋନା ରୋଗୀଙ୍କୁ ଚିହ୍ନଟ କରିବାରେ ସହାୟକ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.