Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ରାଜଧାନୀରେ ମ୍ୟାଜିକ ପେନ୍‌ର ଆତଙ୍କ: ଆଖିରେ ଆଙ୍ଗୁଠି ଗେଞ୍ଜି ଆକାଉଣ୍ଟରୁ ଲୁଟ୍‌ କରୁଛି ଲୁଟେରା…

9/03/2020 at 7:30 PM

ଭୁବନେଶ୍ବର୯/୩: ରାଜଧାନୀରେ ମ୍ୟାଜିକ ପେନ୍‌ର ଆତଙ୍କ। ମ୍ୟାଜିକ୍‌ ପେନ୍‌ରେ ଲୁଟ୍‌ ହୋଇଯାଉଛି ଲକ୍ଷ ଲକ୍ଷ ଟଙ୍କା। ବିଭିନ୍ନ ଉପାୟରେ ବ୍ୟବସାୟୀଙ୍କୁ ଟାର୍ଗେଟ୍‌ ବନାଉଛନ୍ତି ଲୁଟେରା । ଭୁବନେଶ୍ବରରେ ସୋମବାରରେ ପୁଣି ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଛନ୍ତି ଲୁଟେରା । ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି।

କଳା କନା ବୁଲାଉଛି ମ୍ୟାଜିକ ପେନ୍। ଗୋଟିଏ ପରେ ଗୋଟିଏ ଆକାଉଣ୍ଟରୁ ଲୁଟ୍‌ ହେଉଛି ଟଙ୍କା। ଆଜି ପୁଣି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ମ୍ୟାଜିକ ପେନ୍ ମାଧ୍ୟମରେ ୭୨ ହଜାର ୫ ଶହ ଟଙ୍କା ଗାଏବ। ତମାଣ୍ଡୋ ଥାନା ସ୍ଥିତ ଷ୍ଟାରବିଟ୍ ସଲ୍ୟୁସନ ଆକାଉଣ୍ଟରୁ ଏହି ଟଙ୍କା ଲୁଟ୍‌ ହୋଇଛି। ପ୍ରଥମେ ଷ୍ଟାରବିଟ୍ ସଲ୍ୟୁସନ ସଂସ୍ଥାର ମାଲିକଙ୍କୁ ବ୍ୟାଙ୍କ୍ ଲୋନ ଦେବା ବାହାନା କରି ଆସିଥଲା ଫୋନ କଲ୍। ଏକ ଘରୋଇ ବ୍ୟାଙ୍କର ନାଁ ନେଇ କମ୍‌ ସୁଧ ହାରରେ ଲୋନ୍‌ ଯୋଗାଇ ଦେବା ନେଇ ଫୋନରେ କହିଥିଲେ ଛଦ୍ମବେଶୀ ଲୁଟେରା। ପରେ ସେହି ଲୁଟେରା ଜଣକ ଲୋନ୍‌ କାଗଜ ପତ୍ର ଯାଞ୍ଚ କରିବା ବାହାନାରେ ଷ୍ଟାରବିଟ୍ ସଲ୍ୟୁସନ ଅଫିସକୁ ଆସିଥିଲେ। ସେଠାରେ ମାଲିକଙ୍କଠାରୁ ଗୋଟିଏ କ୍ୟାନସଲ୍‌ଡ ଚେକ୍ ଏବଂ ଆଉ ଗୋଟିଏ ଚେକ୍ ନେଇ ଯାଇଥିଲେ।

ହେଲେ ଯେଉଁ ଚେକ୍ କ୍ୟାନସଲ୍‌ଡ ଚେକ୍ ଥିଲା ସେଥିରେ ମ୍ୟାଜିକ୍‌ ପେନରେ ଲେଖାଯାଇଥିଲା। ଯାହାକୁ ପରେ ବ୍ୟବହାର କରି ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଥିଲା ଲୁଟେରା। ଏକଥା ଜାଣିବା ପରେ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟବସାୟୀ।

କେବଳ ଅମରେଶ ନୁହନ୍ତି। ଗତ ଦୁଇ ଦିନ ଭିତରେ ଆଉ ଦୁଇ ଜଣଙ୍କୁ ମ୍ୟାଜିକ ପେନ୍‌ ଜରିଆରେ ଚୁନ ଲଗାଇଛନ୍ତି ଲୁଟେରା। ବାପୁଜୀ ନଗରର ଜଣେ ବ୍ୟବସାୟୀଙ୍କ ଠାରୁ ୨୨ ହଜାର ଟଙ୍କା ଓ ହଂସପାଳର ଅନ୍ୟ ଜଣେ ବ୍ୟବସାୟୀଙ୍କଠାରୁ ୭୬ ହଜାର ୫ ଶହ ଟଙ୍କା ଲୁଟ୍‌ କରିଛନ୍ତି ଲୁଟେରା। ଏ ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଲାଗୁଛି ଏହା ଖୁବ୍‌ ଚାଲାକିର ସହିତ କରାଯାଉଛି ।ଏହା ପଛରେ ଏକ ବଡ଼ ରାକେଟ୍‌ ସକ୍ରିୟ ଭାବେ କାମ କରୁଥିବା ଜଣାପଡୁଛି । ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାଙ୍କୁ କାବୁ କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି।

ଦୀର୍ଘ ଦିନରୁ ରାଜଧାନୀରେ ଏହି ରାକେଟ୍‌ ସକ୍ରିୟ ରହିଛି। ତେବେ ପୋଲିସ ଯଦି ଠିକ ଢଙ୍ଗରେ ତଦନ୍ତ କରେ ତେବେ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ ହୋଇ ପାରିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ସଚେତନତାର ଅଭାବ ମଧ୍ୟ ରହିଛି। କୌଣସି ପରିସ୍ଥିତିରେ କ୍ୟାନସଲ୍‌ଡ ଚେକ୍‌ରେ ସାଇନ୍‌ କରିବା କଥା ନୁହେଁ। ରାଜଧାନୀରେ ହୋଇଥିବା ୩ଟି ଲୁଟ୍ ଘଟଣାରେ ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ କ୍ୟାନସଲ୍‌ଡ ଚେକ୍‌ରେ ସାଇନ୍‌ କରିଛନ୍ତି। ରାଜଧାନୀରେ ମ୍ୟାଜିକ ପେନ୍ ରେ ଲୁଟେରା ଗ୍ୟାଙ୍ଗର ଆତଙ୍କ। ଲୁଟ୍‌ର ଶିକାର ହେଉଛନ୍ତି ବ୍ୟବସାୟୀ। ହେଲେ କମିଶନରେଟ ପୋଲିସ ହାତ ଏଯାଏଁ ଖାଲି।

   Related Posts