Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବଢିଲା କୁଳପତିଙ୍କ କାର୍ଯ୍ୟକାଳ, ଏବେ ସବୁ ବିଶ୍ଵ ବିଦ୍ୟାଳୟ ପାଇଁ ଗୋଟିଏ ଆଇନ, ଉଚ୍ଛେଦ ହେଲା ରେଭେନ୍ସା ବିଶ୍ଵ ବିଦ୍ୟାଳୟ ଆକ୍ଟ

2/09/2020 at 7:21 PM

ଭୁବନେଶ୍ଵର ୦୨।୦୯: ଏବେ ରାଜ୍ୟରେ ସବୁ ବିଶ୍ଵ ବିଦ୍ୟାଳୟ ପରିଚାଳନା ପାଇଁ ରହିବ ଗୋଟିଏ ଆଇନ। ବିଶ୍ଵ ବିଦ୍ୟାଳୟରୁ ଉଠିଲା ସିନେଟ୍  ବ୍ୟବସ୍ଥା। ଆଜି ଅନୁଷ୍ଠିତ ରାଜ୍ୟ  କ୍ୟାବିନେଟ୍‌ ବୈଠକରେ ଶିକ୍ଷା ବିଭାଗକୁ ନେଇ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଉ ଏକ ନିଷ୍ପତ୍ତି କ୍ରମେ ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହା ସହିତ କୂଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ହୋଇଛି।

ବୈଠକ ପରେ ଏହାର ସୂଚନା ଦେଇ ବିଭାଗୀୟ ସଚିବ କହିଛନ୍ତି ବୈଠକରେ ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୨୦୦୫ ରେଭେନ୍ସା ବିଶ୍ଵ ବିଦ୍ୟାଳୟ ଆକ୍ଟ ଉଚ୍ଛେଦ କରାଯାଇଛି। ଏବେ ରାଜ୍ୟରେ ସବୁ ବିଶ୍ଵ ବିଦ୍ୟାଳୟ ପରିଚାଳନା ପାଇଁ ଗୋଟିଏ ଆଇନ ରହିବ। ଏପରିକି ବିଶ୍ଵ ବିଦ୍ୟାଳୟରୁ ସିନେଟ୍ ହଟିବ ଏବଂ ସିଣ୍ଡିକେଟ୍ ଅଧିକ କ୍ରିୟାଶୀଳ  ହେବ। ବର୍ତ୍ତମାନ ରାଜ୍ୟରେ ଥିବା ସମସ୍ତ ବିଶ୍ଵ ବିଦ୍ୟାଳୟର ଅଲଗା ଅଲଗା ଆଇନ ରହିଛି। ସେହି ଅନୁସାରେ ବିଶ୍ଵ ବିଦ୍ୟାଳୟର ପରିଚାଳନା ହେଉଥିଲା।

ଏହା ସହିତ କୂଳପତିଙ୍କ କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି  କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବେ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ରହିଥିଲା। କୁଳପତି ଚୟନ ପାଇଁ ଥିବା ଚୟନ କମିଟିରେ ସରକାର ପକ୍ଷରୁ ଜଣେ ଶିକ୍ଷାବିତ୍ ରହିବେ। କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ ବର୍ଷରୁ ୬୭ ବର୍ଷକୁ ବୃଦ୍ଧି ନିଷ୍ପତ୍ତି ହୋଇଛି। ଏହା ସହିତ ବିଶ୍ଵ ବିଦ୍ୟାଳୟର ଶିକ୍ଷକ ଚୟନ ଦାୟିତ୍ଵ ଓପିଏସସିକୁ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

   Related Posts