Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ମାର୍ଚ୍ଚ-ଏପ୍ରିଲରେ ହେବ ନାହିଁ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା, ଘୋଷଣା କଲେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ

22/12/2020 at 4:58 PM

ବେଙ୍ଗାଲୁରୁ ୨୨।୧୨: ଆସନ୍ତାବର୍ଷ ମାର୍ଚ୍ଚ-ଏପ୍ରିଲରେ ହେବାକୁ ଥିବା ଦଶମ ଏବଂ ଯୁକ୍ତ ୨ ଦ୍ଵାଦଶ ବୋର୍ଡ ପରୀକ୍ଷା ହେବ ନାହିଁ। ଏହାର ସୂଚନା ଦେଇଛନ୍ତି କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର। ମଙ୍ଗଳବାର ମନ୍ତ୍ରୀ କହିଛନ୍ତି ଯେ, ସାଧାରଣତଃ ମାର୍ଚ୍ଚ ଏବଂ ଏପ୍ରିଲ ମଧ୍ୟରେ ହେଉଥିବା ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷା ଆୟୋଜିତ ହେବ ନାହିଁ।

ଶିକ୍ଷା ମନ୍ତ୍ରୀ କହିଛନ୍ତି ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଖୁବ୍ ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ। କରୋନା ମହାମାରୀ କାରଣରୁ ରାଜ୍ୟରେ ବିଦ୍ୟାଳୟ ବନ୍ଦ ରହିଥିଲା। ଘରୋଇ ସ୍କୁଲ ଅନଲାଇନ୍‌ ମାଧ୍ୟମରେ ପରୀକ୍ଷା ସଞ୍ଚାଳନ କରୁଥିବା ବେଳେ ସରକାରୀ ସ୍କୁଲର ବିଦ୍ୟାର୍ଥୀଙ୍କୁ ଡିଡି ଚନ୍ଦନ ଓ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ନୂତନ ଶିକ୍ଷା ଜାଣିବାକୁ ପ୍ରେରିତ କରାଯାଉଛି।

ବ୍ରିଟେନ୍‌ରେ କରୋନା ମହାମାରୀର ନୂତନ ରୂପ ବ୍ୟାପିବା ପରେ ରାଜ୍ୟ ସରକାର ଟେକ୍ନିକାଲ ପରାମର୍ଶ କମିଟିଙ୍କ ପରାମର୍ଶ ନେବା ପରେ ବିଦ୍ୟାଳୟ ଖୋଲିବା ନେଇ ସ୍ଥିର କରିବେ  ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ ଡକ୍ଟର କେ ସୁଧାରକ ସୋମବାର କହିଥିଲେ। ଏଥି ସହ ମନ୍ତ୍ରୀ ୟୁକେ, ନେଦରଲାଣ୍ଡ ଓ ଡେନମାର୍କରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂତନ କ୍ଵାରେଣ୍ଟାଇନ୍‌ ନିୟମ ଘୋଷଣା କରିଛନ୍ତି।

ଶିକ୍ଷା  ମନ୍ତ୍ରୀ ସୁରେଶ କୁମାର କହିଛନ୍ତି, ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପାଇଁ ନୂତନ କ୍ୟାଲେଣ୍ଡର ଜାରି କରାଯିବ। ଏହି ପରୀକ୍ଷା ମାର୍ଚ୍ଚ ଓ ଏପ୍ରିଲରେ ଆୟୋଜିତ ହେବ ନାହିଁ। ଶିକ୍ଷା ବିଭାଗର ସୂତ୍ର ଅନୁଯାୟୀ ଛାତ୍ରଙ୍କୁ ଜାନୁଆରୀ ୧ରୁ ଶ୍ରେଣୀ ଗୃହରେ ଉପସ୍ଥିତ ହେବା ଏବଂ ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ଅତିରିକ୍ତ ସମୟ ଦେବାକୁକ ନିର୍ଣ୍ଣୟ ନିଆଯାଇଛି।

   Related Posts