ଢେଙ୍କାନାଳ ୨୬।୦୭: ମହାମାରୀ କୋଭିଡ ଯୋଗୁ ଦୀର୍ଘ ମାସ ଧରି ବନ୍ଦ ରହିଥିବା ସ୍କୁଲ ଆଜିଠାରୁ ଖୋଲିଛି। ସରକାରଙ୍କ ଘୋଷଣା ମୁତାବକ ପ୍ରଥମ ଦଫାରେ ଆଜିଠାରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ଅଫ ଲାଇନ ପାଠପଢା ଆରମ୍ଭ ହୋଇଛି ।
ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲାରେ ପୂର୍ବରୁ ସମସ୍ତ ସ୍କୁଲ ଗୁଡିକ ସଫା ସୁତୁରା କରାଯିବା ସହ ସଠିକ ଭାବେ ସାନିଟାଇଜ କରାଯାଇଛି । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲକୁ ପ୍ରବେଶ ବେଳେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜ କରି ସ୍ୱତନ୍ତ୍ର ଗାଇଡ଼ ଲାଇନ ପରେ କ୍ଲାସ ରୁମ କୁ ଛଡ଼ାଯାଇଛି। କ୍ଲାସରେ ସାମାଜିକ ଦୂରତା ଉପରେ ଧ୍ୟାନ ଦିଆଯାଇଛି । ସକାଳ ୧୦ଟାରୁ ମଧ୍ୟନ୍ନ ସାଢ଼େ ଗୋଟାଏ ଯାଏ ଏହି ଅଫଳାଇନ ପାଠପଢା ହୋଇଥିବା ଦେଖାଯାଇଛି ।
{"id":486292,"sizeSlug":"large","linkDestination":"none"}ତେବେ ଢେଙ୍କାନାଲ ଜିଲ୍ଲାରେ ସରକାରୀ ସ୍କୁଲର ଦଶମ ଶ୍ରେଣୀରେ ମୋଟ ୧୫ ହଜାର ୪୧୫ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୭ ହଜାର୪୫୧ ଜଣ ସ୍କୁଲରେ ଉପସ୍ଥିତ ରହି ଅଫଳାଇନ କ୍ଲାସରେ ପାଠ ପଢିଥିବା ଜଣାପଡିଛି । ଯାହା ଫଳରେ ଜିଲ୍ଲାରେ ସରକାରୀ ସ୍କୁଲ ଶତକଡା ୪୮ପ୍ରତିଶତ ପିଲାଙ୍କ ଉପସ୍ଥାନ ରହିଥିବା ଜଣାପଡିଛି । ଅପରପକ୍ଷରେ ଜିଲାରେ ଘରୋଇ ସ୍କୁଲ ମାନଙ୍କରେ ମାତ୍ର ଶତକଡା ୨୫ ପ୍ରତିଶତ ଉପସ୍ଥାନ ରହିଥିବା ଜଣାପଡିଛି । ଜିଲ୍ଲାରେ ଘରୋଇସ୍କୁଲରେ ମୋଟ ୯୮୩ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୪୭ ଜଣ ଛାତ୍ର ଛାତ୍ରୀଙ୍କ ଅଫ ଲାଇନ ଉପସ୍ଥାନ ରହିଥିବା ସୂଚନା ମିଳିଛି ।
ତେବେ ସ୍କୁଲ ଖୋଲିବା ପରେ ଛାତ୍ର ଛାତ୍ରୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ପିଲା ମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲରେ ସାମାଜିକ ଦୂରତା , ପ୍ରତେକ ପିଲ୍ଲା ମାସ୍କ ଓ ସାନିଟାଇଜ କରାଯିବା କ୍ଷେତ୍ରରେ ବିଶେଷ ଭାବେ ଧ୍ୟାନ ଦେଇଥିବା ପ୍ରକାଶ କରିଛନ୍ତି ସ୍କୁଲର କର୍ତ୍ତୃପକ୍ଷ।