ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଭିଡିଓ କନଫରେନ୍ସିଂରେ ହେବ ଆଲୋଚନା
24/04/2020 at 10:20 AM

ପୁରୀ ୨୪।୦୪: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂରେ ବସିବ ଏହି ବୈଠକ । ଆଉ ଦିନକ ପରେ ଅକ୍ଷୟ ତୃତୀୟ ଓ ଚନ୍ଦନ ଯାତ୍ରୀ ନୀତି ଅନୁଷ୍ଠିତ ହେବ। ସେହିପରି ଜୁନ ୨୩ରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ବିଶେଷ ଗୁରୁତ୍ବପୂର୍ଣ୍ଣ।
ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟିଥିଲେ। ପରେ ମୁଖ୍ୟ ପ୍ରଶାସକ ଭୁବନେଶ୍ବରରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କୁ ଭେଟି ମଧ୍ୟ ଆଲୋଚନା କରିଛନ୍ତି। ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ବୈଠକରେ ଗଜପତି ମହାରାଜ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସେବାୟତ ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି